ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଇଥାଏ। ୨୦୧୫ରେ ପ୍ରଥମ ଥର ପାଇଁ ଯୋଗ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଯୋଗ ଦିବସର ଥିମ୍‌ ରହିଛି ‘ୟୋଗା ଆଟ୍‌ ହୋମ୍‌ ଆଣ୍ଡ ୟୋଗା ଫର୍‌ ହେଲଥ୍‌’। ତେବେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। ସେ କହିଛନ୍ତି :

  • ଯୋଗ ଦିବସ ହେଉଛି ଏକଜୁଟ୍‌ ହେବାର ଦିନ।
  • ଆଜିର ଦିନକୁ ଭାବାତ୍ମକ ଦିନ କହିଲେ ଭୁଲ୍‌ ହେବ ନାହିଁ।
  • କରୋନା ସଙ୍କଟ ସମୟରେ ଯୋଗାଭ୍ୟାସ ଓ ପ୍ରଣାୟାମ ଅତ୍ୟନ୍ତ ଆବଶ୍ୟକ।
  • କରୋନାକୁ ହରାଇବା ପାଇଁ ଯୋଗାଭ୍ୟାସ ଜରୁରୀ।
  • ଯୋଗାଭ୍ୟାସ ଦ୍ୱାରା ଆମର ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ।
  • କରୋନା ଶ୍ୱାସନଳୀକୁ ସଂକ୍ରମିତ କରିଥାଏ। ପ୍ରାଣାୟାମ କଲେ ଏଥିରୁ ମୁକ୍ତି ସମ୍ଭବ।
  • ଯୋଗ ଦ୍ୱାରା ଆମକୁ ମାନସିକ ଶାନ୍ତି ମିଳେ, ସଂଯମତା ରକ୍ଷା ହୁଏ।
  • ଯୋଗ କରିବା, ଥକି ଯିବାନି, ମନୋବଳ ବଢ଼ାଇବା।
  • ଯୋଗ ସାଧକ ସଙ୍କଟ ବେଳେ ଧୈର୍ଯ୍ୟଚ୍ୟୁତ ହୁଏ ନାହିଁ।
  • ଯୋଗାଭ୍ୟାସ ଦ୍ୱାରା ଆମ ଘରେ, ପରିବାରରେ ଉର୍ଜାର ସଞ୍ଚାର ହୋଇଥାଏ।
  • ଯୋଗର ବିଭିନ୍ନ ମୁଦ୍ରା ଆମ ଶରୀର ପାଇଁ ଲାଭଦାୟକ।
  • ଘରେ ଯୋଗ, ପରିବାର ସହ ଯୋଗ କରିବା ପାଇଁ ଜୀବନର ମାଧ୍ୟମ ବନାନ୍ତୁ।

ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରି ଦେଖନ୍ତୁ ତାଙ୍କର ଭିଡିଓ ବାର୍ତ୍ତା



from Odisha Reporter https://ift.tt/2YhtXRE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages