ଚାଲିଗଲେ ଅଭିନେତା ରତନ ଚୋପ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଚାଲିଗଲେ ଅଭିନେତା ରତନ ଚୋପ୍ରା

ମୁମ୍ୱାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ରତନ ଚୋପ୍ରାଙ୍କର ଦେହାନ୍ତ ହୋଇଯାଇଛି। ଶୁକ୍ରବାର ଦିନ ପଞ୍ଜାବର ମଲେରକୋଟଲାରେ ତାଙ୍କର ପରଲୋକ ହୋଇଥିବା ନେଇ ଝିଅ ଅନିତା ଚୋପ୍ରା ସୂଚନା ଦେଇଛନ୍ତି। ରତନ ବହୁଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ଅନିତାଙ୍କ କହିବା ଅନୁସାରେ ୧୦ ଦିନ ତଳେ ସେ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର, ଅକ୍ଷୟ କୁମାର ଓ ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ କେଉଁଆଡୁ କୌଣସି ସାହାଯ୍ୟ ମିଳି ନଥିଲା।

ସୂଚନାଯୋଗ୍ୟ, ରତନ ଚୋପ୍ରା ଅବିବାହିତ ଥିଲେ ଏବଂ ସ୍କୁଲ ଓ କିଛି ଇନଷ୍ଟିଟ୍ୟୁଟ୍‌ରେ ପିଲାଙ୍କୁ ଇଂରାଜୀ ପଢ଼ାଉଥିଲେ। ତାଙ୍କର ପ୍ରକୃତ ନାମ ଅବଦୁଲ୍‌ ଜବ୍ବର ଖାନ୍‌। ସେ ଅନିତା ନାମରେ ଜଣେ ଝିଅକୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଥିଲେ। ଏହିବର୍ଷ ଜାନୁଆରୀରେ ସେ କ୍ୟାନସରରେ ପୀଡ଼ିତ ହୋଇଥିଲେ।

୧୯୭୨ରେ ହୋଇଥିବା ଫିଲ୍ମ ‘ମୋମ୍‌ କି ଗୁଡ଼ିୟା’ରେ ରତନ ଅଭିନୟ କରିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ‘ଲୋଫର୍‌’, ‘ଆୟା ସାବନ୍ ଝୁମ୍‌’ ଓ ‘ଜୁଗ୍‌ନୁ’ ପରି ଫିଲ୍ମରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା। କିନ୍ତୁ ତାଙ୍କ ଜେଜେମା’ ଅଭିନୟକୁ ନାପସନ୍ଦ କରୁଥିବାରୁ ସେ ଏସବୁ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏଥିପାଇଁ ସେ ବଲିଉଡ୍‌ରୁ ଦୂରେଇ ରହି ଶିକ୍ଷକତା କରୁଥିଲେ।



from Odisha Reporter https://ift.tt/3hrfD0p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages