ନଭେମ୍ବର ମଧ୍ୟଭାଗରେ କରୋନା ବେକାବୁ ହେବ, ଦେଖାଦେବ ବେଡ୍‌ର ଅଭାବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ନଭେମ୍ବର ମଧ୍ୟଭାଗରେ କରୋନା ବେକାବୁ ହେବ, ଦେଖାଦେବ ବେଡ୍‌ର ଅଭାବ!

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ଜାରି ରହିଥିବା ଲକଡାଉନ ଯୋଗୁ ଭାରତରେ ମହାମାରୀ କରୋନା ଭାଇରସର ତା’ର ସର୍ବୋଚ୍ଚ ଗତି ଦେଖାଇବାରେ ବିଳମ୍ବ କରିବ। ଲକଡାଉନ ଯୋଗୁ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସମୟ ମିଳିଲା। ତେବେ ନଭେମ୍ବର ମଧ୍ୟ ଭାଗରେ କରୋନା ଭାଇରସ ଦେଶରେ ସର୍ବୋଚ୍ଚ ଗତିରେ ବ୍ୟାପିବ।

ଏହି ସମୟରେ ଦେଶରେ ଆଇସିୟୁ ଓ ଭେଣ୍ଟିଲେଟରର ଅଭାବ ଦେଖିବାକୁ ମିଳିପାରେ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି। ଆଇସିଏମଆର ପକ୍ଷରୁ ଗଠିତ ଅପରେସନ ରିସର୍ଚ୍ଚ ଗ୍ରୁପ୍‌ ଗବେଷଣା କରି ଏଭଳି ଆକଳନ କରିଛି। ତଥ୍ୟ ଅନୁଯାୟୀ, ଲକଡାଉନ ଯୋଗୁ କରୋନା ପ୍ରାୟ ୩୪ରୁ ୭୬ ଦିନ ବିଳମ୍ବରେ ତା’ର ସର୍ବୋଚ୍ଚ ଗତି ଦେଖାଇବ। ତେବେ ଏହାଦ୍ୱାରା ସଂକ୍ରମଣ ପ୍ରାୟ ୬୯ରୁ ୯୬% କମିଯିବାର ସମ୍ଭାବନା ରହିଛି।

ଲକଡାଉନ ଯୋଗୁ ସ୍ୱାସ୍ଥ୍ୟାବସ୍ଥା ସଜାଡ଼ିବାକୁ ସମୟ ମିଳିଲା। ବର୍ତ୍ତମାନ ଯେତିକି ବେଡ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯାଇଛି, ତାହା ନଭେମ୍ବର ଯାଏ ସବୁ ଆବଶ୍ୟକକୁ ପୂରଣ କରିବ। କିନ୍ତୁ ଏହାପରେ ଆଇସୋଲେସନ ବେଡ ଓ ଭେଣ୍ଟିଲେଟରର ଅଭାବ ଦେଖାଦେଇ ପାରେ।

ବିଶେଷଜ୍ଞଙ୍କ ମତରେ, ଯଦି ପବ୍ଲିକ ହେଲଥ ସର୍ଭେଲାନ୍ସକୁ ୬୦% ବି ଗୁରୁତ୍ୱର ସହ ନିଆଯାଏ, ତା’ହେଲେ ପିକ୍‌ ସମୟରେ ବି କରୋନା ସଂକ୍ରମଣକୁ ୭୦% ରୋକାଯାଇପାରିବ। ସେହିପରି ଦେଶରେ ମୋଟ କରୋନା ସଂକ୍ରମଣ ବି ୨୬.୬% ହ୍ରାସ ହୋଇପାରିବ। ସେହିପରି ସର୍ଭେଲାନ୍ସ ଦ୍ୱାରା ଆଇସିୟୁ ବେଡ ଓ ଭେଣ୍ଟିଲେଟର ଆବଶ୍ୟକତାକୁ ବି ୮୩% କମ କରାଯାଇପାରିବ।

ବର୍ତ୍ତମାନ ଦେଶରେ ୯୫୮ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ରହିଥିବା ବେଳେ ଏଥିରେ ୧,୬୭,୮୮୩ଟି ଆଇସୋଲେନ ବେଡ, ୨୧,୬୧୪ ଆଇସିୟୁ ଓ ୭୩,୪୬୯ଟି ଅମ୍ଳାଜାନ ଯୁକ୍ତ ବେଡ୍‌ ରହିଛି। ସେହିପରି ୨,୩୧୩ଟି କୋଭଟ ହେଲଥ କେୟାର ସେଣ୍ଟରରେ ୧,୩୩,୦୩୭ ଆଇସୋଲେସନ ବେଡ, ୧୦,୭୪୮ଟି ଆଇସିୟୁ ଓ ୪୬,୬୩୫ ଅମ୍ଳାଜାନ ଯୁକ୍ତ ବେଡ ରହିଛି।



from Odisha Reporter https://ift.tt/3hrlhzy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages