ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଡାହାଣୀଗଢିଆ ଛକ ନିକଟରୁ ଏକ ମଦ ବୋଝେଇ ଅଟୋ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ଅଟୋ ଚାଳକ ସୁଦାମ ମଳିକକୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏକ ମଦ ବୋଝେଇ ଅଟୋ ଚରମ୍ପାରୁ ଇଚ୍ଛାପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଭଦ୍ରକ ଅବକାରୀ ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଡାହାଣୀଗଢିଆ ଛକ ନିକଟରେ ଗାଡ଼ିଟିକୁ ଅଟକାଇଥିଲେ। ସେଥିରୁ ୨୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଥିଲେ। ଏହି ୨୦୦ ଲିଟର ମଦକୁ ୪ଟି ବସ୍ତାରେ ପ୍ୟାକ୍ କରି ଅଟୋରେ ନିଆଯାଉଥିଲା।
from Odisha Reporter https://ift.tt/2AjbA5r
No comments:
Post a Comment