କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଆଖି ବୁଜିଲେ କୋଲକତା ଫେରନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଆଖି ବୁଜିଲେ କୋଲକତା ଫେରନ୍ତା

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ବ୍ଲକ କୋର୍କୋରା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କୋଲକତା ଫେରନ୍ତା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ରାଧାଶ୍ୟାମ ପାଣି। ସେ ଗତକାଲି ରାତିରେ ଟ୍ରେନ ଯୋଗେ କୋଲକାତାରୁ ଫେରିଥିଲେ। ଉକ୍ତ ସମୟରେ ସେ ସୁସ୍ଥ ଥିବା ବେଳେ ନିଜ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଏହାପରେ ରାତିରେ ପଞ୍ଚାୟତରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ତାଙ୍କୁ ରଖାଯାଇଥିଲା। ତେବେ ଆଜି ଭୋରରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ବାପାଙ୍କର ପୂର୍ବରୁ ଡାଇବେଟିସ୍‌ ଥିବା ବେଳେ ଗତକାଲି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ବୋଲି କହିଛନ୍ତି ରାଧାଶ୍ୟାମଙ୍କ ପୁଅ ମାନସ କୁମାର ପାଣି । ଘଟଣାସ୍ଥଳରେ ପୁଲିସ୍‌ ଓ ମେଡିକାଲ ଟିମ୍‌ ପହଞ୍ଚି ନ ଥିବା ବେଳେ କ୍ୱାରେଣ୍ଟାଇନ୍‌ ଗାଇଡଲାଇନ୍‌ ଅନୁଯାୟୀ ମୃତକଙ୍କ ଶବ ସତ୍କାର କରାଯିବ ବୋଲି କହିଛନ୍ତି ନୋଡ଼ାଲ ଅଫିସର ଅଭୟ ଲେଙ୍କା ।



from Odisha Reporter https://ift.tt/30uu51w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages