କୁନି ଚଢ଼େଇକୁ ନୂଆ ଜୀବନ ଦେଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

କୁନି ଚଢ଼େଇକୁ ନୂଆ ଜୀବନ ଦେଲେ ଧୋନି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନି ନିଜର କାମ ପାଇଁ ଖୁବ୍ ଚର୍ଚ୍ଚିତ। ମଇଦାନ ଭିତରେ ନିଜର କୁଲ୍ ଅନ୍ଦାଜ ପାଇଁ ସେ ଏକାଧିକଥର ଟିମ୍ ଇଣ୍ଡିଆକୁ ସଙ୍କଟରୁ ରକ୍ଷା କରିଛନ୍ତି। ମଇଦାନ ବାହାରେ ମଧ୍ୟ ଧୋନି କିଛି ନା କିଛି ନିଆରା କାମ କରି ଚର୍ଚ୍ଚାକୁ ଆସିଥାନ୍ତି ଏବଂ ତାହା ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥାଏ।

ଏଥର ଧୋନି ଏମିତି ଏକ ମହତ କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି ତାହା କମ୍ ହେବ। ଧୋନିଙ୍କ ଝିଅ ଜିଭା ନିଜ ବାପାଙ୍କର ଏକ ଫଟୋ ଶେଆର୍ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ବାପା କିପରି ଏକ ଚଢ଼େଇର ଜୀବନ ବଞ୍ଚାଇଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ଧୋନିଙ୍କ ହାତରେ ଏକ ଆଘାତପ୍ରାପ୍ତ ଚଢ଼େଇ ଅଛି ଏବଂ ତା’କୁ ପାଣି ପିଆଉଛନ୍ତି। ଜିଭା ଏହି ଫଟୋ ପୋଷ୍ଟ କରିବା ସହ ପୂରା କାହାଣୀ ବର୍ଣ୍ଣନା କରିଛନ୍ତି।


ଜିଭା ଫଟୋ ଶେଆର୍ କରି ଲେଖିଛନ୍ତି, “ଆଜି ସନ୍ଧ୍ୟାରେ ଲନରେ ଏକ ଆଘାତପ୍ରାପ୍ତ ଚଢ଼େଇକୁ ଦେଖିବାକୁ ପାଇଲି। ଏହା ଦେଖି ମୁଁ ମୋ ମା’ ଓ ବାପାଙ୍କୁ ଚିତ୍କାର କରି ଡାକିଲି। ବାପା (ଧୋନି) ଚଢ଼େଇଟିକୁ ହାତରେ ରଖି ତାକୁ ପାଣି ପିଆଇଲେ। କିଛି ସମୟ ପରେ ଚଢ଼େଇଟି ନିଜର ଆଖି ଖୋଲିଲା ଏବଂ ତାହା ଦେଖି ଆମ ସମସ୍ତଙ୍କ ମୁହଁରେ ଖୁସି ଖେଳିଗଲା। ଆମେ ତା’ ପାଇଁ ଏକ ବାସ୍କେଟର ଘର ତିଆରି କଲୁ। ମୋ ମା’ କହିଲେ ଯେ ଏହା କ୍ରିମସନ୍ ବ୍ରେଷ୍ଟେଡ୍ ବାର୍ବେଟ୍, ଯାହାକୁ ଆମେ କପରସ୍ମିଥ୍ ମଧ୍ୟ କହୁ। ଏହା ଏକ ଛୋଟିଆ ସୁନ୍ଦର ଚଢ଼େଇ। ଏହା ପରେ ଚଢ଼େଇଟି ହଠାତ୍ ଉଡ଼ି ପଳାଇଲା। ମୁଁ ତାକୁ ରୋକିବାକୁ ଚାହୁଁଥିଲି, କିନ୍ତୁ ମା’ କହିଲେ ଯେ ସେ ତା’ ମା’ ପାଖକୁ ଚାଲିଗଲା। ମୋର ବିଶ୍ୱାସ ଯେ ମୁଁ ତାକୁ ପୁଣିଥରେ ଦେଖି ପାରିବି।”

ସୂଚନାଯୋଗ୍ୟ, ଲକଡାଉନରେ ବର୍ତ୍ତମାନ ଧୋନି ନିଜର ଫାର୍ମ ହାଉସରେ ଅଛନ୍ତି ଏବଂ ପରିବାର ସହ ସମୟ ବିତାଉଛନ୍ତି। କେବେ ତାଙ୍କୁ ଗାର୍ଡେନରେ ବୁଲୁଥିବାର ଦେଖିବାକୁ ମିଳେ ତ କେତେବେଳେ ତାଙ୍କୁ ବାଇକ୍ ଚଲାଉଥିବାର ଦେଖିବାକୁ ମିଳେ। ନିକଟରେ ତାଙ୍କୁ ଏକ ଟ୍ରାକ୍ଟର ଚଲାଉଥିବାର ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍‌ ହୋଇଥିଲା। ଏବେ ଚଢ଼େଇକୁ ବଞ୍ଚାଇବାର ଫଟୋ ମଧ୍ୟ ଭାଇରାଲ୍ ହୋଇଛି।



from Odisha Reporter https://ift.tt/2Yj9cUq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages