ବୋଲେରୋ ଭିତରେ ରାତି ସାରା ପଡ଼ିରହିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ବୋଲେରୋ ଭିତରେ ରାତି ସାରା ପଡ଼ିରହିଲା ମୃତଦେହ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):  ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଗଉଡକାଟେଣୀ  ନିକଟରେ ଗତକାଲି ବିଳମ୍ବିତ ରାତିରୁ ଏକ ବୋଲେରୋ ଭିତରେ ମୃତଦେହ ପଡ଼ି ରହିଥିଲା।  ଗତକାଲି ବିଳମ୍ବିତ ରାତିରେ ଗାଡି ଭିତରେ ମୃତଦେହ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲେ। ଖବର ପାଇ ଆଜି ସକାଳେ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ମୃତକଜଣକ ନିକଟସ୍ଥ ଜିଏମଆର କମ୍ପାନୀର ହାଇୱ। ଡ୍ରାଇଭର ଆଦିକନ୍ଦ ବେହେରା ।

ଗତକାଲି କମ୍ପାନୀ ପରିସରରେ ହାଇୱ। ଗାଡି ଧକ୍କା ହେବା ପରେ କମ୍ପାନୀ ଲୋକ ଆଦିକନ୍ଦଙ୍କୁ ନେଇ ଢେଙ୍କାନାଳ ହସ୍ପିଟାଲ ଯାଉଥିଲେ। ମାତ୍ର ରାସ୍ତାରେ ଗାଡି ଚକ ଲିକ୍ ହେବା ଯୋଗୁଁ ଅଧା ବାଟରେ ବୋଲେରୋ ଡ୍ରାଇଭର ଛାଡ଼ି ପଳାଇଥିଲେ। ଫଳରେ ଗାଡ଼ି ଭିତରେ ମୃତଦେହ ପଡ଼ି ରହିଥିବା ବେଳେ ପାଖରେ କେହି ନ ଥିଲେ।

ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ମୋଟଙ୍ଗା ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଘର ନିକଟସ୍ଥ ଉପରବାଘଲୁଣ୍ଡା ଗାଁରେ । ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଯାଇଥିଲା। ଏଥିଯୋଗୁ ବହୁ ସମହ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ପରେ ଉତ୍ତେଜନା ପ୍ରଶମିତ ହୋଇଥିବା ଜଣାଯାଇଛି।



from Odisha Reporter https://ift.tt/2MnhMf8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages