ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ବାଇଟିଙ୍ଗରି ଗାଁର ଏକ ଗୁହାଳ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।
ଗତକାଲି ବିଳମ୍ୱିତ ରାତିରେ ଗାଁର ଜଳଧର ବିଶ୍ୱାଳଙ୍କ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ସେଠାରେ ବନ୍ଧା ହୋଇଥିବା ୪ଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏମିତିକି ଗୁହାଳକୁ ଲାଗି ରହିଥିବା ଧାନଗାଦି ମଧ୍ୟ ପୋଡ଼ି ପାଉଁଶ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।
ଜଳଧର ଜଣେ ଗରିବ ଲୋକ। ଗୋପାଳନ କରି କ୍ଷୀର ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ଅଗ୍ନିକାଣ୍ଡରେ ଗାଈ ଗୁଡ଼ିକ ମରି ଯିବାରୁ ଏବେ କେମିତି ପରିବାର ଚଳାଇବେ, ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଜଳଧର।
from Odisha Reporter https://ift.tt/2MD46N6
No comments:
Post a Comment