ଶଟ୍‌ଡାଉନ୍ ଘୋଷିତ ୧୧ ଜିଲ୍ଲାରେ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ଶଟ୍‌ଡାଉନ୍ ଘୋଷିତ ୧୧ ଜିଲ୍ଲାରେ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଦୁଇ ଦିନିଆ ଶଟ୍‌ଡାଉନ୍‌ ଆରମ୍ଭ ହୋଇଛି। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ଟି ଜିଲ୍ଲାରେ ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ଦୁଇ ଦିନ ଶଟ୍‌ଡାଉନ୍‌ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ୧୧ଟି ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର। ଏହି ସବୁ ଜିଲ୍ଲାର ବିନା କୌଣସି କାମରେ ଲୋକେ  ଯେପରି ଘରୁ ନବାହାରିବେ ସେ ନେଇ  ପୁଲିସ୍‌ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।

ଏଥିସହ ଶଟ୍‌ଡାଉନ୍‌ ଘୋଷିତ ଏହି ଜିଲ୍ଲା ଗୁଡ଼ିକରେ ଶନି ଓ ରବିବାର ଦିନ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ ରହିବ। ଆଜି ଶଟ୍‌ଡାଉନ୍ ଘୋଷିତ ୧୧ ଜିଲ୍ଲାରେ ଖାତା ମୂଲ୍ୟାୟନ ହେଉନି। କାଲି ବି ଖାତା ମୂଲ୍ୟାୟନ ହେବ ନାହିଁ।  ହେଲେ ଅନ୍ୟ ସବୁ ଜିଲ୍ଲାରେ ଶନି ଓ ରବିବାର ଖାତା ମୂଲ୍ୟାୟନ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ମେ’ ୨୬ ତାରିଖରୁ ରାଜ୍ୟରେ ମ୍ୟାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି।



from Odisha Reporter https://ift.tt/30leYY2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages