ପୁଣି ସିସୋର୍ ଚିଟ୍‌ଫଣ୍ଡ୍ ମାମଲାର ଖୋଳତାଡ଼ କଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ପୁଣି ସିସୋର୍ ଚିଟ୍‌ଫଣ୍ଡ୍ ମାମଲାର ଖୋଳତାଡ଼ କଲା ସିବିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷକର ନିରବତା ପରେ ପୁଣି ସିସୋର୍ ଚିଟ୍‌ଫଣ୍ଡ ଠକେଇ ମାମଲା ଓ ତାହାର ଏକ ପ୍ରମୁଖ ସୁରାକ୍ ଶୁଭଙ୍କର ନାୟକର ଡାଏରୀ ସଂପର୍କରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି।  ସିସୋର୍ କେଳେଙ୍କାରୀର ମଧ୍ୟସ୍ଥ କୁହାଯାଉଥିବା ଶୁଭଙ୍କର ଡାଏରୀରୁ ହାସଲ ତଥ୍ୟ ସଂପର୍କରେ ତନାଘନା ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ ହୋଇ ପରେ ଜାମିନରେ ଆସିଥିବା ଜଣେ ଅଭିଯୁକ୍ତକୁ ସିବିଆଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିବା ସୂଚନା ମିଳିଛି। କେଉଁ କେଉଁ ଅଫିସର୍ ଏହି ମାମଲା ସହ ସମ୍ପୃକ୍ତ ସେ ନେଇ ଜେରା ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଏହି ଡାଏରୀରୁ ମାମଲା ସହିତ ୨ ବରିଷ୍ଠ ଆଇଏଏସ୍ ଓ ଜଣେ ଆଇପିଏସ୍ ଅଫିସର୍ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। କେବଳ ଏହି ୩ ଜଣ ନୁହନ୍ତି, ପ୍ରାୟ ୧୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ତନାଘନା ପାଇଁ ସିବିଆଇ ତଦନ୍ତ ଫାଇଲ୍ ଖୋଲିବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/3e0Hjaj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages