ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଲୋଡ଼ସେରା ଗାଁରେ ବଜ୍ରାପାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଭୀମ କେର୍କେଟା (୨୦) ଓ ବିନୀତ ଡୁଗଂଡୁଗଂ (୨୦)। ଭୀମଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଏକମା ଅଞ୍ଚଳରେ। ବିନୀତଙ୍କ ଘର ଝାରଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲା ଆମ୍ବାପାନି ଗାଁରେ। ହେଲେ ସେମାନେ ଏଠାରେ ଶ୍ରମିକ ଭାବେ କାମ କରୁଥିଲେ।
ସୂଚନା ଅନୁଯାୟୀ, ଲୋଡ଼ସେରା ଗାଁରେ ଏକ ବ୍ରିଜ୍ କାମ ଚାଲିଥିଲା। ତେଣୁ ନିର୍ମାଣାଧୀନ ବ୍ରିଜ୍ ନିକଟରେ ୧୫ ଜଣ ଶ୍ରମିକ କ୍ୟାମ୍ପ କରି ରହୁଥିଲେ। ହେଲେ ଆଜି ବର୍ଷା ଯୋଗୁ ବ୍ରିଜ୍ କାମ ବନ୍ଦ ଥିଲା। ଭୀମ ଓ ବିନୀତ କ୍ୟାମ୍ପ ନିକଟରେ ଥିବା ନଳକୂପରୁ ପାଣି ଆଣିବାକୁ ଯାଉଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସେମାନେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରି କୁଆଁରମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା ଓ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି।
from Odisha Reporter https://ift.tt/2Y0SuKu
No comments:
Post a Comment