ଭଦ୍ରକ (ପ୍ରାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଆନିକଟଠାରେ ଥିବା ବୈତରଣୀ ନଦୀ ପଠାର ବାଲିପୋଖରୀ ଏସକେପରୁ ବେଆଇନ ବାଲି ଚୋରା ଚାଲାଣ ବେଳେ ପୁଲିସ୍ ଚଢ଼ଉ କରି ୨୦ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି।
ଏହି ବାଲିଘାଟରୁ ଦୈନନ୍ଦିନ ହଜାର ହଜାର ଗାଡ଼ି ବାଲି ଚାଲାଣ ହୋଇଥାଏ। ଆଜି ସକାଳେ ଧାମନଗର ପୁଲିସ୍, ଭଣ୍ଡାରିପୋଖରୀ ପୁଲିସ୍, ଭଣ୍ଡାରିପୋଖରୀ ତହସିଲଦାର ଓ ଧାମନଗର ଏସଡିପିଓ ମିଳିତ ଭାବେ ଏହି ବାଲିଘାଟ ଉପରେ ଚଢଉ କରିଥିଲେ। ଚଢଉ ବେଳେ ୨୦ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଥିଲା। ତେବେ ପୁଲିସ୍ ନଦୀ ପଠା ସମେତ ଆଖ ପାଖ ଗାଁରେ ଚଢଉ କରିଛି।
The post ବେଆଇନ ବାଲି ଚୋରା ଚାଲାଣ ଚାଲିଥିଲା, ପୁଲିସ୍ କଲା ଚଢ଼ଉ appeared first on Odisha Reporter.
from Odisha Reporter https://ift.tt/2Z86SQl
No comments:
Post a Comment