ଶୋପିଆନ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆତଙ୍କବାଦୀ ଦମନ ଅଭିଯାନକୁ ବଡ଼ ସଫଳତା ମିଳିଛି। ଶୋପିଆନ ଓ ପାମ୍ପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏଯାଏ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି କିଛି ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ମୃତ ଆତଙ୍କବାଦୀମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ, ଏକ-୪୭ ଓ ଇନସାସ ରାଫଲ ଜବତ ହୋଇଛି।
ଡିଜିପି ଦୀଲବାଗ ସିଂହ କହିଛନ୍ତି, ପାମ୍ପୋର ସ୍ଥିତ ମୀଜ ଠାରେ ଗତକାଲି ରାତିରୁ ହିଁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ସୁରକ୍ଷାକର୍ମୀ ଓ ପୁଲିସ୍ ପକ୍ଷରୁ ଚାଲିଥିବା ଏହି ସର୍ଚ୍ଚ ଅପରେସନରେ ପ୍ରଥମେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା। ତେବେ ଆଉ ଦୁଇ ଜଣ ଆତଙ୍କବାଦୀ ସ୍ଥାନୀୟ ଜାମିଆ ମସଜିଦରେ ପ୍ରବେଶ କରି ଲୁଚି ଯାଇଥିଲେ।
ଏହା ଏକ ବଡ଼ ଅଟାଳିକା ହୋଇଥିବାରୁ ସର୍ଚ୍ଚ ଅପରେସନକୁ ବେଶ ଯୋଜନାବଦ୍ଧ ଭାବେ କରାଯାଇଥିଲା। ଆଜି ସକାଳୁ ଅପରେସନକୁ ଜୋରଦାର କରାଯାଇ ମସଜିଦରେ ଲୁଚି ଥିବା ଦୁଇ ଆତଙ୍କବାଦୀଙ୍କୁ ଖତମ କରାଯାଇଛି। ତଥାପି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି।
ସେହିପରି ଶୋପିଆନର ମୁନନ୍ଦ ଠାରେ କିଛି ଆତଙ୍କବାଦୀ ଲୁଚିଥିବା ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରୁଥିବା ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ।
ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହ ନିକଟରୁ ମଧ୍ୟ ବନ୍ଧୁକ ଓ ଅନ୍ୟାନ୍ୟ ବିସ୍ଫୋରକ ଜବତ କରାଯାଇଛି।
from Odisha Reporter https://ift.tt/37SXep3
No comments:
Post a Comment