ଜଳେଶ୍ୱର (ଅଜିତ୍ ଦାସ): ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ପୂର୍ତ୍ତ ଡାକବଙ୍ଗଳା ପରିସରରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜୁମୁନୀ ବିବି। ତାଙ୍କ ଘର ଓଲମରା ଗାଁରେ। ସେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅସ୍ଥାୟୀ ସ୍ୱିପର ଭାବେ ପ୍ରାୟ ୫ ବର୍ଷ ହେବ କାମ କରୁଥିଲେ।
ଗତକାଲି ସକାଳେ ଡାକ ବଙ୍ଗଳାର କର୍ମଚାରୀମାନେ ଜୁମୁନୀଙ୍କ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଓ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଘଟଣାସ୍ଥଳରୁ ଗୋଟିଏ କଟୁରି ଏବଂ ପନିକି ଜବତ କରାଯାଇଛି। ଜୁମୁନୀଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/3davlJP
No comments:
Post a Comment