କଟକ ଯୁବତୀ ପର୍ତ୍ତୁଗାଲରୁ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 10, 2020

କଟକ ଯୁବତୀ ପର୍ତ୍ତୁଗାଲରୁ ନିଖୋଜ

କଟକ(ଓଡ଼ିଶା ରିପୋର୍ଟର): ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇଥିବା ଯୁବତୀ ପର୍ତ୍ତୁଗାଲରୁ ନିଖୋଜ ହୋଇଯାଇଛନ୍ତି। ୩ ମାସରୁ ଊର୍ଦ୍ଧ୍ୱ ହେବ ପରିବାର ଲୋକଙ୍କ ସହ ଯୋଗାଯୋଗ ନ ଥିବାରୁ ଝିଅକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ପରିବାର ଲୋକେ। ଝିଅକୁ ଠାବ କରିବା ପାଇଁ ପୁଲିସ୍‌ରେ ଜଣାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ହେଲେ ଝିଅର କୌଣସି ପତ୍ତା  ପାଇପାରୁ ନ ଥିବାରୁ ପରିବାର ଲୋକେ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି।

ନିଖୋଜ ଯୁବତୀଙ୍କ ଘର କଟକ ପୁରୀଘାଟ ଅଞ୍ଚଳରେ ହୋଇଥିବା ବେଳେ ଏନେଇ ପରିବାର ଲୋକେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିବା ସହ ପର୍ତ୍ତୂଗାଲ ଦୂତାବାସ, ପୁଲିସ୍‌ ସହ ଯୋଗାଯୋଗ କରିଛି। ହେଲେ ଏ ଯାଏ କୌଣସି ଉତ୍ତର ମିଳି ନ ଥିବା ଜଣାଇଛନ୍ତି କଟକ ଡିସିପି।

ନିଖୋଜ ଯୁବତୀଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ,  ଉଚ୍ଚିଶକ୍ଷା ଲାଗି ଝିଅ ସ୍ପେନର ବାର୍ସିଲୋନା ଯାଇଥିଲେ । ସେଠାରେ ଏମଏସସି ପଢୁଥିବା ସମୟରେ ହଠାତ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା । ଏହି ସମୟରେ କୌଣସି ଏକ କାମରେ ସେ ପର୍ତ୍ତୁଗାଲ ଯାଇଥିଲେ । ତା’ ପରଠାରୁ ସମ୍ପୃକ୍ତ ଯୁବତୀଙ୍କ କୌଣସି ପତ୍ତା ମିଳିପାରୁନାହିଁ ।

ଟଙ୍କା ଉଠାଣ ଓ ଇମେଲର ଶେଷ ଜବାବରେ ନିଖୋଜ  ଯୁବତୀଜଣଙ୍କ ପର୍ତ୍ତୁଗାଲ  ହିଁ ଯାଇଥିବା ଜଣାପଡିଛି । ଫେବୃୟାରୀ ୨୭ ତାରିଖରେ ଝିଅ ସହ ଶେଷ ଥର ପାଇଁ ପରିବାର ଲୋକେ କଥା ହୋଇଥିଲେ। ଏହାପରଠାରୁ ଝିଅକୁ ଯୋଗାଯୋଗ ହୋଇପାରୁ ନ ଥିବା କହିଛନ୍ତି ତାଙ୍କ ବାପା ।

ସବୁଠି ନିରାଶ ହେବା ପରେ ନିଖୋଜ ଝିଅକୁ ଠାବ କରିବା ପାଇଁ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ନିଖୋଜ ଯୁବତୀଙ୍କ ଅସହାୟ ବାପା ।



from Odisha Reporter https://ift.tt/2XSC9Hy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages