ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ପୁଣି ଆରମ୍ଭ ହୋଇଛି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ ବୁକିଂ। ଆଜି ସକାଳ ୭ଟାରୁ ଡିଏଲ୍ ପାଇଁ ସ୍ଲଟ ବୁକିଂ ଆରମ୍ଭ ହୋଇଛି। ସ୍ଲଟ ବୁକିଂ କରିଥିବା ବ୍ୟକ୍ତିଙ୍କ ଟେଷ୍ଟ ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ।
ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆସନ୍ତା ୨୨ ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ହେବ। ସେମାନେ ଚଳିତ ମାସ ୨୯ରୁ ଟେଷ୍ଟ ଦେବେ। ଟେଷ୍ଟିଂ ବେଳେ ସାମାଜିକ ଦୂରତ୍ୱ ନିୟମ ପାଳନ ନେଇ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଆବେଦନକାରୀଙ୍କୁ ଟେଷ୍ଟ ସେଣ୍ଟର ଭିତରକୁ ନିଜ ସାଙ୍ଗସାଥି କିମ୍ବା ସଂପର୍କୀୟଙ୍କୁ ଆଣିବାକୁ ବାରଣ କରାଯାଇଛି। ଏଥିସହ କଣ୍ଟେନମେଣ୍ଟ ଜୋନରୁ କେହି ଆବେଦନକାରୀ ଟେଷ୍ଟ୍ ପାଇଁ ଆସିଲେ ତୁରନ୍ତ ପୁଲିସକୁ ଖବର ଦେବା ପାଇଁ ନିର୍ଦ୍ଦେଶ ରହିଛି।
from Odisha Reporter https://ift.tt/2BMX3PR
No comments:
Post a Comment