ଗଞ୍ଜାମରେ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ଗଞ୍ଜାମରେ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ ଗତକାଲି ଆଉ ୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬୫୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୨୭ ଜଣଙ୍କ ଚିକିତ୍ସା ଚାଲିଛି। ୬ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ନୂଆ ୩୮ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ କରୋନା ଯୋଦ୍ଧା ଅଛନ୍ତି। ସେମାନଙ୍କ ମଧ୍ୟରେ ଛତ୍ରପୁରର ଜଣେ କରୋନା ଯୋଦ୍ଧା ଥିବା ବେଳେ ଚିକିଟିରୁ ୨, ଗଞ୍ଜାମରୁ ୧, ପୋଲସରାରୁ ୩, ରଙ୍ଗେଇଲୁଣ୍ଡାରୁ ୧ ଓ ଭଞ୍ଜଗନରରୁ ଜଣେ ଅଛନ୍ତି। ସେହିପରି ୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଛି। ୪ ଜଣ ସୁରଟରୁ ଫେରିଥିବା ବେଳେ ଜଣେ ତାମିଲନାଡୁରୁ, ଜଣେ ମହାରାଷ୍ଟ୍ରରୁ, ଜଣେ ବେଙ୍ଗାଲୁରୁରୁ ଓ ଜଣେ କେରଳରୁ ଫେରିଥିଲେ। ଏହି ଆଠ ଜଣଙ୍କ ମଧ୍ୟରୁ ୨ ଜଣ କେ.ଏସ୍.ନଗରର ହୋଇଥିବା ବେଳେ ବେଲଗୁଣ୍ଠା, ବେଗୁନିଆପଡ଼ା, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର ଓ ସେରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି।

ସମସ୍ତ ୩୮ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।



from Odisha Reporter https://ift.tt/3ekRRkL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages