ଆଜି ହେବ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର, ମୁମ୍ବାଇରେ ପହଞ୍ଚିଲେ ପରିବାର ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଆଜି ହେବ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର, ମୁମ୍ବାଇରେ ପହଞ୍ଚିଲେ ପରିବାର ଲୋକ

ମୁମ୍ବାଇ: ସମଗ୍ର ଭାରତକୁ ସ୍ତବ୍ଧ କରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ବଲିଉଡର ୟଙ୍ଗ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ଆଜି ଅନୁଷ୍ଠିତ ହେବ। ବିହାରରେ ରହୁଥିବା ତାଙ୍କ ପରିବାର ଲୋକ ମୁମ୍ବାଇ ଆସିବା ପରେ ଏହିଠାରେ ହିଁ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ।

ରବିବାର ସକାଳେ ସୁଶାନ୍ତ ନିଜ ବାନ୍ଦ୍ରାସ୍ଥିତ ବାସଭବନରେ ବେଶରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା। ତାଙ୍କର ଏଭଳି ଚରମ ପଦକ୍ଷେପ ପରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହେବା ସହ ତାଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଥିଲେ।

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ତାଙ୍କ ପାର୍ଥୀବ ଶରୀରକୁ ମୁମ୍ବାଇର କୋପର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶବବ୍ୟବଚ୍ଛେଦ ପରେ ଏହାକୁ ସଂରକ୍ଷିତ କରି ରଖାଯାଇଛି। ଶବବ୍ୟବଚ୍ଛେଦ ବେଳେ ବାନ୍ଦ୍ରା ଓ ଜୁହୁ ପୁଲିସ୍ ଉପସ୍ଥିତ ରହିଥିଲା। ତାଙ୍କ ଭଉଣୀ ମୁମ୍ବାଇରେ ଥିଲେ ହେଁ ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ ପାଟଣାରେ ରହୁଛନ୍ତି।

ସମସ୍ତେ ଆଜି ମୁମ୍ବାଇର ବାନ୍ଦ୍ରାରେ ଆସି ପହଞ୍ଚିଛନ୍ତି। ଆଉ କିଛି ଜଣ ସମ୍ପର୍କୀୟ ମଧ୍ୟ ଦିନ ୧୧ଟା ସୁଦ୍ଧା ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମଧ୍ୟାହ୍ନ ସମୟରେ ହସ୍ପିଟାଲ ପକ୍ଷରୁ ସୁଶାନ୍ତଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଶବବ୍ୟବଚ୍ଛେଦ ପୂର୍ବରୁ ସୁଶାନ୍ତଙ୍କ କରୋନା ଟେଷ୍ଟ କରାଯାଇଥିଲା। ହେଲେ ଏହାର ରିପୋର୍ଟ ନଗେଟିଭ ଆସିଛି।



from Odisha Reporter https://ift.tt/2UJiw2G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages