ନଭେମ୍ବର ମାସରେ ବାହା ହୋଇଥାଆନ୍ତେ ସୁଶାନ୍ତ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ନଭେମ୍ବର ମାସରେ ବାହା ହୋଇଥାଆନ୍ତେ ସୁଶାନ୍ତ, କିନ୍ତୁ…

ମୁମ୍ବାଇ: ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆଉ ଆମମାନଙ୍କ ଗହଣରେ ନାହାନ୍ତି। ରବିବାର ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡ଼ିନାହିଁ।

ତଥାପି ସେ ଦୀର୍ଘ ୬ ମାସ ହେଲା ବିଷାଦଗ୍ରସ୍ତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ସେ କାହିଁକି ଡିପ୍ରେସନକୁ ଯାଇଥିଲେ, ସେକଥା କେହି ବି କହିପାରୁନାହାନ୍ତି। ସୁଶାନ୍ତ ସର୍ବଦା ହସହସ ମୁହଁରେ ସମସ୍ତଙ୍କୁ ଭେଟୁଥିଲେ। ମନ ଭିତରେ ଅନେକ ବ୍ୟଥା ରହିଥିଲେ ହେଁ ସେ କେବେ ହେଲେ ଏହାକୁ ନିଜ ମୁହଁରେ ଆସିବାକୁ ଦେଇ ନଥିଲେ। ଲକ୍ଷଲକ୍ଷ ଫ୍ୟାନ ଓ ବଲିଉଡକୁ ଏକା କରି ଚାଲିଯାଇଥିବା ସୁଶାନ୍ତଙ୍କ ସମ୍ପର୍କରେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି।

ଆସନ୍ତା ନଭେମ୍ବର ମାସରେ ସୁଶାନ୍ତ ହାତକୁ ଦି’ହାତ ହୋଇଥାଆନ୍ତେ। ଅର୍ଥାତ ତାଙ୍କର ବାହାଘର ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ ହିଁ ସୁଶାନ୍ତ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ସୁଶାନ୍ତଙ୍କ ବାହାଘର ସମ୍ପର୍କରେ ତାଙ୍କ ପରିବାର ଲୋକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁଶାନ୍ତଙ୍କର ସମ୍ପର୍କୀୟ ଭାଇ କହିଛନ୍ତି ଯେ ଆସନ୍ତା ନଭେମ୍ବର ମାସରେ ସୁଶାନ୍ତଙ୍କ ବାହାଘର ହେବାର ଥିଲା। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହେବା ସହ ପରିବାର ଲୋକ ମଧ୍ୟ ମୁମ୍ବାଇ ଆସିବାର କାର୍ଯ୍ୟକ୍ରମ ରହିଥିଲା। ପରିବାର ଲୋକ ଏବେ ବି ମୁମ୍ବାଇ ଆସିଛନ୍ତି। ହେଲେ ବାହାଘର ପାଇଁ ନୁହେଁ, ବରଂ ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ବୋଲି ତାଙ୍କ ଭାଇ ବେଶ ଦୁଃଖର ସହ କହିଛନ୍ତି।

ଅନ୍ୟପକ୍ଷରେ ନଭେମ୍ବରରେ ସୁଶାନ୍ତ କାହାକୁ ବିବାହ କରିଥାଆନ୍ତେ, ସେକଥା ଜଣାପଡ଼ିନାହିଁ। କିଛି ଦିନ ହେବ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ସୁଶାନ୍ତଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏବିଷୟରେ ସୁଶାନ୍ତ କିମ୍ବା ରିୟା କେବେ ବି ମୁହଁ ଖୋଲିନାହାନ୍ତି।

ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇ ବିହାରର ପାଟଣାରେ ରହୁଥିବା ତାଙ୍କ ବାପା ପୂରା ଅଚେତ ହୋଇଯାଇଥିଲେ। ସେ କିଛି ବି କହିବାକୁ ସକ୍ଷମ ହୋଇ ନଥିଲେ। ହେଲେ ଆଜି ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ତାଙ୍କ ବାପା ମୁମ୍ବାଇରେ ପହଞ୍ଚିଛନ୍ତି।



from Odisha Reporter https://ift.tt/2AAJS4q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages