ଗଡ଼ିଲାନି ରଥ: ମନ୍ଦିରରେ ପାଳିତ ହେଉଛି ମାଉସୀ ଘର ରୀତିନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଗଡ଼ିଲାନି ରଥ: ମନ୍ଦିରରେ ପାଳିତ ହେଉଛି ମାଉସୀ ଘର ରୀତିନୀତି

ଉଦଳା(ମାନସ ପାଣି): ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି କେବଳ ଶ୍ରୀ କ୍ଷେତ୍ର ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରା ବନ୍ଦ ହୋଇଛି। ରଥ ଯାତ୍ରା ଓ ବାହୁଡ଼ାରେ ଧାର୍ମିକ ଅନୁଷ୍ଠାନ, ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଏକ ସମୟରେ ୭ରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବାକୁ ବାରଣ କରାଯାଇଛି।

ଏପରି ସ୍ଥିତିରେ ହାତ ଗଣତି ଭକ୍ତଙ୍କ ଉପସ୍ଥିତିରେ ଆଜି ସକାଳୁ ଉଦଳା ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାଦେବଙ୍କର ନୀତିକାନ୍ତି ସମ୍ପନ୍ନ ହୋଇଛି। ଚଳିତ ବର୍ଷ କରୋନା କଟକଣା ଯୋଗୁ କେବଳ ପୁରୀ ବ୍ୟତୀତ ରାଜ୍ୟରେ ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥିତିରେ ଠାକୁର ମାଉସୀ ଘରକୁ ଯିବା ସମ୍ଭବ ହୋଇପାରୁ ନ ଥିବା ବେଳେ ଉଦଳା ଜଗନ୍ନାଥ ମନ୍ଦିରରେ କିନ୍ତୁ ସବୁ ନୀତିକାନ୍ତି ପାଳିତ ହେବ ବୋଲି କହିଛନ୍ତି ପୂଜକ।   

 ଏ ସମ୍ପର୍କରେ ଉଦଳା ଜଗନ୍ନାଥ ମନ୍ଦିର ପୂଜକ ରତ୍ନାକର ଦାସ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ୯ ଦିନ ବ୍ୟାପୀ ମାଉସୀ ଘରେ ପାଳନ କରାଯାଉଥିବା ସମସ୍ତ ନିୟମ ଏଠାରେ ପାଳନ କରାଯିବ ।  ରଥ ଯାତ୍ରା ବନ୍ଦ ହୋଇଥିବାରୁ ଠାକୁର ମାଉସୀ ଘରକୁ ଯାଇପାରିବେ ନାହିଁ। କିନ୍ତୁ ମାଉସୀ ଘରେ ଯେଉଁ ରୀତିନୀତି ହୁଏ ୯ ଦିନ ବ୍ୟାପୀ ତାହା ମନ୍ଦିରରେ ପାଳିତ ହେବ। ଯେଉଁ ସମୟରେ ଯେଉଁ ଭୋଗ, ପୂଜା, ନୀତି ହୁଏ ଠିକ୍‌ ସେହିପରି ହେବ। । ୧୪୪ ଧାରା ଜାରି ହୋଇଥିବାରୁ ସରକାରଙ୍କ ନିୟମକୁ ପୂରାପୂରି ପାଳନ କରାଯାଉଥିବା ସେ କହିଛନ୍ତି।  

The post ଗଡ଼ିଲାନି ରଥ: ମନ୍ଦିରରେ ପାଳିତ ହେଉଛି ମାଉସୀ ଘର ରୀତିନୀତି appeared first on Odisha Reporter.



from Odisha Reporter https://ift.tt/37TBkSe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages