‘ମହାମାରୀ କୁପରିଚାଳନା ମୋଦୀ ସରକାରଙ୍କ ବିଫଳତାର ରେକର୍ଡ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

‘ମହାମାରୀ କୁପରିଚାଳନା ମୋଦୀ ସରକାରଙ୍କ ବିଫଳତାର ରେକର୍ଡ’

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଏବଂ ଚୀନ ସହ ସୀମା ବିବାଦ ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ କରୁଛି। ବୈଠକରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ଅନ୍ୟ ବହୁ ନେତା ଉପସ୍ଥିତ ଅଛନ୍ତି। ଏହି ଅବସରରେ କଂଗ୍ରେସ ନେତା ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୋନିଆ ଗାନ୍ଧି କହିଛନ୍ତି, ଭାରତ ବର୍ତ୍ତମାନ ଏକ ଭୟଙ୍କର ଆର୍ଥିକ ସଙ୍କଟ, ମହାମାରୀ ସମେତ ଚୀନ ସହ ସୀମା ବିବାଦ ଭଳି ସଙ୍କଟ ଭିତରେ ରହିଛି। ପ୍ରତ୍ୟେକ ସଙ୍କଟର କାରଣ ହେଉଛି ଭାରତୀୟ ଜନତା ପାର୍ଟି ନେତତ୍ୱାଧୀନ ଏନଡିଏ ସରକାରର ଭୁଲ ପରିଚାଳନା ଓ ଭୁଲ ନୀତି।

ସୋନିଆ ଗାନ୍ଧି ପୁଣି କହିଛନ୍ତି, ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଥିବା ବେଳେ ସରକାର ଲଗାତର 17 ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଚାଲିଛନ୍ତି। ଏପଟେ ଚୀନ ସୀମାରେ ବିବାଦ ଚାଲିଛି। ଆଗକୁ କଣ ହେବ ଆମକୁ ଜଣାନାହିଁ ବୋଲି ସୋନିଆ କହିଛନ୍ତି।

ସେ ପୁଣି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଶ୍ୱାସନା ଦେବା ପରେ ମଧ୍ୟ କରୋନା ମହାମାରୀ ସଙ୍କଟ ଲାଗି ରହିଛି। କେନ୍ଦ୍ର ରାଜ୍ୟ ସରକାରମାନଙ୍କୁ ସହଯୋଗ କରିବାକୁ ଆଶ୍ୱାସନା ଦେଇଛନ୍ତି। କିନ୍ତୁ ଗୋଟିଏ ଟଙ୍କା ଦେଇ ନାହାନ୍ତି। ମୋଦୀ ସରକାରଙ୍କ ମହାମାରୀ କୁପରିଚାଳନାକୁ ସବୁଠାରୁ ବଡ଼ ଓ ଭୟଙ୍କର ବିଫଳତା ଭାବେ ରେକର୍ଡ କରାଯିବ।

ଚୀନ ସହ ସୀମା ବିବାଦ ବାସ୍ତବରେ ଆମ ପାଇଁ ଏକ ବଡ଼ ବିପତ୍ତି। ଏହାକୁ ଅମାନ୍ୟ କରିହେବ ନାହିଁ ଯେ, ଏପ୍ରିଲ 2020ରୁ ଏବେ ସୁଦ୍ଧା ଚୀନ ସେନା ପାଙ୍ଗୋଙ୍ଗ ତ୍ସୋ ହ୍ରଦ ଅଞ୍ଚଳ ଏବଂ ଗାଲଓ୍ୱାନ ଘାଟି, ଲଦାଖଠାରେ ଭାରତୀୟ ସୀମାରେ ଅନୁ୍ପ୍ରବେଶ କରିଛି। ନିଜ ଚରିତ୍ର ଅନୁସାରେ ସରକାର ସତ୍ୟକୁ ମୁହଁ ମୋଡ଼଼ୁଛନ୍ତି ବୋଲି ସୋନିଆ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ଅନ୍ୟପଟେ ଦେଶର ଏହି ସଙ୍କଟ କାଳରେ ଡା. ମନମୋହନ ସିଂହ କହିଛନ୍ତି, କରୋନା ସଙ୍କଟ ମୁକାବିଲା ଲାଗି ଯେଉଁଭଳି ଭାବେ ସାହସ ଏବଂ ପ୍ରଚେଷ୍ଠା ଆବଶ୍ୟକ, ସେହିଭଳି ଭାବେ ସ୍ଥିତି ମୁକାବିଲା କରାଯାଉ ନାହିଁ। ଚୀନ ବିବାଦର ଯଦି ଦୃଢ଼ତାର ସହ ସମାଧାନ ନ କରାଯାଏ, ତେବେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ସିଂହ କହିଛନ୍ତି। ସେ କହିଛନ୍ତି ସୋନିଆ ଗାନ୍ଧିଙ୍କ ଟିପ୍ପଣୀକୁ ସେ ପୁର୍ନ ସମର୍ଥନ କରୁଛନ୍ତି।

The post ‘ମହାମାରୀ କୁପରିଚାଳନା ମୋଦୀ ସରକାରଙ୍କ ବିଫଳତାର ରେକର୍ଡ’ appeared first on Odisha Reporter.



from Odisha Reporter https://ift.tt/2AS261B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages