ଡବ୍ଲ୍ୟୁଏଚଓର ଚେତାବନୀ: ଦୁର୍ବଳ ନୁହେଁ, ସାଙ୍ଘାତିକ ହେଉଛି କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

ଡବ୍ଲ୍ୟୁଏଚଓର ଚେତାବନୀ: ଦୁର୍ବଳ ନୁହେଁ, ସାଙ୍ଘାତିକ ହେଉଛି କରୋନା

ଜିନେଭା: ୨୦୨୦ ବର୍ଷ ସମଗ୍ର ବିଶ୍ୱ ପାଇଁ ଏକ ଅଶୁଭଙ୍କର ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ମହାମାରୀ କରୋନାର ପ୍ରଭାବ କିଛି ଦେଶରେ କମ୍ ହେବାରେ ଲାଗିଥିବା ବେଳେ କିଛି ଦେଶରେ ଏହା ଅଣାୟତ ସ୍ଥିତିରେ ପହଞ୍ଚିଛି। ବିଶେଷକରି ଉପମହାଦୀପ ଦେଶ ଗୁଡ଼ିକରେ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି।

ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏ ନେଇ କେବଳ ଉପମହାଦୀପ ନୁହେଁ, ସବୁ ଦେଶକୁ ସତର୍କ ରହିବାକୁ କହିଛି। ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି, କରୋନା ମାମଲା ଏବେ ଅଧିକ ମାରାତ୍ମକ ହେବାରେ ଲାଗିଛି। ଏହାର କାରଣ ହେଉଛି ଗୋଟିଏ ଦିନରେ ସର୍ବାଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିବା, ଯେଉଁଥିରୁ ଜଣାପଡ଼ୁଛି ଯେ ସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗୁଡୁଛି।

ଡବ୍ଲ୍ୟୁଏଚଓ ମଧ୍ୟ ଆମେରିକା ସମେତ କିଛି ଦେଶରେ ହେଉଥିବା ଜାଣିଆଣକୁ ନେଇ ହେଉଥିବା ବିରୋଧ ପ୍ରଦର୍ଶନରେ ଚିନ୍ତା ପ୍ରକଟ କରି ପ୍ରଦର୍ଶନକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଭର୍ଚ୍ୟୁଆଲ୍ ନ୍ୟୁଜ୍ କନଫରେନ୍ସରେ ଡବ୍ଲ୍ୟୁଏଚଓର ମୁଖ୍ୟ ଟେଡ୍ରୋସ୍ ଆଡନମ୍ ଘେବ୍ରେୟିସସ୍ କହିଛନ୍ତି, ହୁଏତ ୟୁରୋପରେ ସ୍ଥିତି ସୁଧୁରିଛି, କିନ୍ତୁ ପୂରା ଦୁନିଆରେ ସ୍ଥିତିରେ ଅସମ୍ଭାଳ ହେବାରେ ଲାଗିଛି। ଯଦି ଆମେ ଗତ ୧୦ ଦିନର ରେକର୍ଡ ଉପରେ ନଜର ପକାଇବା, ତାହେଲେ ନବମ ଦିନରେ ୧ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି। ରବିବାର ୧ଲକ୍ଷ ୩୬ହଜାର ପଜିଟିଭ୍ ମାମଲା ଦେଖିବାକୁ ମିଳିଛି, ଯାହାକି ଗୋଟିଏ ଦିନରେ ଏହା ରେକର୍ଡ ସଂଖ୍ୟକ କେସ୍। ଏଥିରୁ ୭୫ପ୍ରତିଶତ ମାମଲା କେବଳ ୧୦ଟି ଦେଶରୁ ହିଁ ଆସିଛି, ଯେଉଁଥିରେ ଅଧିକାଂଶ ଦକ୍ଷିଣ ଆମେରିକା ଓ ଦକ୍ଷିଣ ଏସୀୟ ଦେଶ ସାମିଲ୍‌ ଅଛି।

ଯେଉଁ ଦେଶ ଗୁଡ଼ିକ ସ୍ଥିତି ସୁଧୁରିଥିବା ଦାବି କରୁଛନ୍ତି, ସେମାନଙ୍କୁ ମଧ୍ୟ ଡବ୍ଲ୍ୟୁଏଚଓ ଚେତାବନୀ ଦେଇ କହିଛି, ଆତ୍ମସନ୍ତୋଷ ସବୁଠାରୁ ବଡ଼ ବିପଦ ଏବଂ ଦୁନିଆର ଅଧିକାଂଶ ଲୋକେ ଏବେବି ସଙ୍କଟାମ୍ପନ୍ନ ସ୍ଥିତିରେ ଅଛନ୍ତି। ଏହି ମହାମାରୀକୁ ଏବେ ୬ମାସରୁ ଅଧିକ ସମୟ ହୋଇଗଲାଣି। ବର୍ତ୍ତମାନ ଏହି ମହାମାରୀ ଯେଉଁ ସ୍ଥିତିରେ ପହଞ୍ଚିଛି, ତାକୁ ଦେଖି ଗୋଟିଏ କଥା କହିବି ଯେ ଠିକଣା ସମୟରେ ନିଜ ପାଦକୁ ସାଇକଲ ପେଡାଲରୁ ଆଦୌ ହଟାନ୍ତୁ ନାହିଁ।

କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ହତ୍ୟା ପରେ ଆମେରିକା ଓ କିଛି ୟୁରୋପୀୟ ଦେଶରେ ଜାତିଆଣ ବିରୋଧରେ ବଡ଼ ସଂଖ୍ୟାରେ ପ୍ରଦର୍ଶନ ହେଉଛି। ଏହାକୁ ନେଇ ଡବ୍ଲ୍ୟୁଏଚଓର ମୁଖ୍ୟ କହିଛନ୍ତି, ଜାତିଆଣ ବିରୋଧରେ ହେଉଥିବା ପ୍ରଦର୍ଶନକୁ ଆମେ ସମର୍ଥନ କରୁଛୁ। ଆମେ ଏଭଳି ଭେଦଭାବକୁ ମଧ୍ୟ ବିରୋଧ କରୁଛୁ, କିନ୍ତୁ ଆମେ ପ୍ରଦର୍ଶନକାରୀଙ୍କୁ ନିବେଦନ କରୁଛୁ ଯେ ସେମାନେ ସୁରକ୍ଷିତ ଭାବେ ନିଜର ସ୍ୱର ଉଠାନ୍ତୁ। ଯଥା ସମ୍ଭବ ଅନ୍ୟଠାରୁ ଦୂରତା ଅବଲମ୍ବନ କରନ୍ତୁ। ନିଜ ହାତକୁ ସଫା କରନ୍ତୁ, କାଶିବା ସମୟରେ ମୁହଁକୁ ଘୋଡାଇ ରଖନ୍ତୁ ଏବଂ ସବୁ ବେଳେ ମାସ୍କ ପରିଧାନ କରନ୍ତୁ। ଯଦି ଆପଣ ଆକ୍ରାନ୍ତ ହୁଅନ୍ତି, ତାହେଲେ ଘରେ ରୁହନ୍ତୁ ଏବଂ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

ଜୋନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ରେକର୍ଡ ଅନୁଯାୟୀ, କରୋନାଭାଇରସ ଯୋଗୁ ସାରା ବିଶ୍ବରେ ପ୍ରାୟ ୭୦ଲକ୍ଷରୁ ଅଧି ଲୋକେ ସଂକ୍ରମିତ ହୋଇସାରିଥିବା ବେଳେ ୪ଲକ୍ଷରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି। ଏହି ମାମଲାରେ ଆମେରିକା ସବୁଠାରୁ ଆଗରେ ରହିଛି। ଏହି ଦେଶରେ ୧୯ଲକ୍ଷରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ପାଖାପାଖି ୭ଲକ୍ଷ, ଋଷିଆରେ ୪ଲକ୍ଷରୁ ଅଧିକ, ୟୁକେରେ ୨ଲକ୍ଷରୁ ଅଧିକ ଏବଂ ଭାରତରେ ମଧ୍ୟ ୨ଲକ୍ଷରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି।



from Odisha Reporter https://ift.tt/2UpZUER

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages