ଆଇଏମଏ ସ୍କାମ: ଡିପ୍ରେସନରୁ ବରିଷ୍ଠ ଆଇଏଏସ୍‌ଙ୍କ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଆଇଏମଏ ସ୍କାମ: ଡିପ୍ରେସନରୁ ବରିଷ୍ଠ ଆଇଏଏସ୍‌ଙ୍କ ଆତ୍ମହତ୍ୟା

ବେଙ୍ଗାଲୁ: ବହୁ ଚର୍ଚ୍ଚିତ କର୍ଣ୍ଣାଟକା ଆଇଏଏମ ଦୁର୍ନୀତି ଘଟଣାରେ ଫସିଥିବା ବରିଷ୍ଠ ଆଇଏଏସ ଅଫିସର ବିଏମ ବିଜୟଶଙ୍କର ଡିପ୍ରେସନର ଶିକାର ହୋଇ ଶେଷରେ ଆତ୍ମହତ୍ୟା କରିଛନ୍ତି। ବେଙ୍ଗାଲୁରୁର ଜୟନଗର ସ୍ଥିତ ତାଙ୍କ ବାସଭବନରେ ସେ ବେକରେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି।

ଆଇଏମଏ ଦୁର୍ନୀତି ଘଟଣାର ତଦନ୍ତ ଏବେ ସିବିଆଇ କରୁଛି ଓ ତଦନ୍ତକାରୀ ସଂସ୍ଥା ତାଙ୍କୁ ପଚରାଉଚରା କରିବାକୁ ଯୋଜନା କରୁଥିଲା। ଆଇଏମଏ ପକ୍ଷରୁ ଲୋକଙ୍କୁ ଲୋ‍‍‍‍ଭ ଦେଖାଇ କମ୍ପାନୀରେ ପୁଞ୍ଜି ଲଗାଣ ପାଇଁ କୁହାଯାଇଥିଲା। ଏପରି ଭାବେ ପ୍ରାୟ ୪ ହଜାର କୋଟି ଟଙ୍କାର ହେରଫେର ହୋଇଥିବା ଜଣାପଡ଼ିଛି।

କର୍ଣ୍ଣାଟକାରେ ଏଚଡି କୁମାରସ୍ୱାମୀଙ୍କ ସରକାର ଥିବା ବେଳେ ଆଇଏଏସ ବିଜୟଶଙ୍କରଙ୍କୁ ଘଟଣାର ତଦନ୍ତ ପାଇଁ ଗଠିତ ଏସଆଇଟି ସେତେବେଳେ ଗିରଫ କରିଥିଲା। ସେ ଆଇଏଏମକୁ ସହାୟତା କରିବା ପାଇଁ ପ୍ରାୟ ୧.୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିବା ପରେ ଗତବର୍ଷ ଜୁଲାଇ ମାସରେ ଏସଆଇଟି ତାଙ୍କୁ ଗିରଫ କରିଥିଲା।

ତେବେ କିଛି ମାସ ପରେ ସେ ଜେଲରୁ ଖଲାସ ହୋଇଥିଲେ। ଜେଲରୁ ବାହାରିବା ପରେ ବିଜୟଶଙ୍କର ଡିପ୍ରେସନକୁ ଚାଲି ଯାଇଥିଲେ। ଶେଷରେ ସେ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପୁଲିସ ଆତ୍ମହତ୍ୟାର ଖବର ପାଇ ବିଜୟଶଙ୍କରଙ୍କ ଘରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ଆଇଏମଏ ଗଠନ କରିଥିବା ମନସୁର ଖାନ୍‌ ଲୋକଙ୍କୁ ପ୍ରଲୋଭିତ କରି କମ୍ପାନୀରେ ପୁଞ୍ଜି ନିବେଶ କରିବାକୁ କହୁଥିଲେ। କର୍ଣ୍ଣାଟକା, ତାମିଲନାଡୁ ଓ କେରଳର ଅନେକ ମୁସଲିମ ସଂପ୍ରଦାୟର ଲୋକ ଅଧିକ ଲାଭ ପାଇବା ଆଶାରେ ପୁଞ୍ଜି ଲଗାଣ କରିଥିଲେ। ତେବେ କମ୍ପାନୀ ପ୍ରତିଷ୍ଠାତା ମନସୁର ଖାନ୍‌ ସମସ୍ତଙ୍କ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଦୁର୍ନୀତି ସାମ୍ନାକୁ ଆସିବା ବେଳେ ବିଜୟଶଙ୍କର ବେଙ୍ଗାଲୁରୁ ଅର୍ବାନ ଜିଲ୍ଲାର କମିଶନର ଭାବେ କାର୍ଯ୍ୟ କରୁଥିଲେ। କୁମାରସ୍ୱାମୀ ସରକାର ଘଟଣାର ତଦନ୍ତ ଏସଆଇଟିକୁ ଦେଇଥିବା ବେଳେ ବିଜେପି କ୍ଷମତାକୁ ଆସିବା ପରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା।

ସିବିଆଇ ବିଜୟଶଙ୍କର ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିବା ରାଜ୍ୟ ସରକାରଙ୍କୁ ଜଣାଇଥିଲା। ଏସବୁ ଭିତରେ ବିଜୟଶଙ୍କରଙ୍କ ଆତ୍ମହତ୍ୟା ପୂରା ଘଟଣାରେ ଟ୍ୱିଷ୍ଟ ଆଣିଛି।

The post ଆଇଏମଏ ସ୍କାମ: ଡିପ୍ରେସନରୁ ବରିଷ୍ଠ ଆଇଏଏସ୍‌ଙ୍କ ଆତ୍ମହତ୍ୟା appeared first on Odisha Reporter.



from Odisha Reporter https://ift.tt/37UbUnP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages