ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର। ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯିବ। ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ସମସ୍ତ ନୀତି ହେବ। ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ପହଣ୍ଡି। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ପ୍ରଥମେ ମଦନମୋହନ ରାମକୃଷ୍ଣ, ପରେ ସୁଦର୍ଶନ ଯିବେ। ଏହାପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ବିଜେ କରିବେ।

ଅନ୍ୟପକ୍ଷରେ ପୁରୀ ଜିଲ୍ଲାରେ କୋହଳ ହୋଇଛି କର୍ଫ୍ୟୁ। ସମଗ୍ର ପୁରୀ ଜିଲ୍ଲାରୁ କର୍ଫ୍ୟୁ ହଟାଇ ଦିଆଯାଇଥିବା ବେଳେ ପୁରୀ ସହରରେ କିନ୍ତୁ ଏହା ବଳବତ୍ତର ରହିବ। ବଡ଼ଶଙ୍ଖଠାରୁ ବସ୍‌ଷ୍ଟାଣ୍ଡ ଓ ମାଟିଆପଡ଼ା ଛକ ପର୍ଯ୍ୟନ୍ତ ଅର୍ଥାତ୍ ଗୁଣ୍ଡିଚା ମନ୍ଦିରକୁ ଲାଗି ରହିଥିବା ଅଞ୍ଚଳରେ କର୍ଫ୍ୟୁ ରହିବ। ଆଜି ରାତି ୧୦ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ କଟକଣା ରହିବ। କେହି ଯେପରି ଏହି ଅଞ୍ଚଳରେ ପ୍ରବେଶ ନ କରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

The post ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର appeared first on Odisha Reporter.



from Odisha Reporter https://ift.tt/31aNlBG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages