ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଦିନକୁ ଦିନ ବିଗୁଡ଼ିବାରେ ଲାଗିଛି। ଏହା ଉପରେ ନିୟନ୍ତ୍ରଣ ପାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ପଦକ୍ଷେପ ନିଆଯାଉଛି। ଗତ ୨୭ତାରିଖରୁ ବ୍ରହ୍ମପୁର ସହରକୁ ୪ ଦିନ ପାଇଁ ଶଟଡାଉନ୍ ଘୋଷଣା କରାଯାଇଛି। ଏଥିସହ ଅତ୍ୟାବଶ୍ୟକ କାମ ନ ପଡ଼ିଲେ ଗାଁ ଲୋକଙ୍କ ସହର ନ ଆସିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଏହାସତ୍ତ୍ୱେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଜିଲ୍ଲାରେ ଲାଗୁ ହୋଇଥିବା ଶଟଡାଉନ୍କୁ କଡ଼ାକଡ଼ି ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ।
ଶଟଡାଉନ୍ ବେଳେ ନିଜ ଘରଠୁ ଏକ କି.ମିରୁ ଅଧିକ ଦୂର ନ ଯିବାକୁ ସେ ନିବେଦନ କରିଛନ୍ତି। ଏଥିସହ ଜ୍ୱର, କାଶ, ଅଣନିଶ୍ୱାସୀ ଓ ଝାଡାବାନ୍ତି ଭଳି ଲକ୍ଷଣ ଦେଖାଦେଲେ ଏହାକୁ ନ ଲୁଚାଇ ତୁରନ୍ତ ନିକଟତମ ଆଶାକର୍ମୀଙ୍କୁ ଜଣାଇବାକୁ କୁହାଯାଇଛି । କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ସେ ସମ୍ପର୍କିତ ତଥ୍ୟ ମଧ୍ୟ ନ ଲୁଚାଇବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।
ବ୍ରହ୍ମପୁରକୁ ୪ ଦିନ ପାଇଁ ଶଟଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜି ହେଉଛି ତାହାର ତୃତୀୟ ଦିନ । ୨୭ତାରିଖରୁ ଆରମ୍ଭ ହୋଇଥିବା ଶଟଡାଉନ୍ ଆସନ୍ତା ୩୦ତାରିଖ ଯାଏଁ ବଳବତ୍ତର ରହିବ । ଏଥିପାଇଁ ସହରର ସବୁ ମୁଖ୍ୟ ରାସ୍ତାକୁ ସିଲ୍ କରାଯାଇଛି । ୭୦ଟି ହେଲଥ ଟିମ୍ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଓ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି । ସେହିପରି ଦିଗପହଣ୍ଡି ସିଦ୍ଧେଶ୍ୱର ପଞ୍ଚାୟତକୁ ରବିବାରଠୁ ୭ ଦିନ ଯାଏ ଶଟଡାଉନ୍ କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬, ୬୧୪ ଥିବା ବେଳେ ଗଞ୍ଜାମରେ ସର୍ବାଧିକ ୧୨୭୧ ରହିଛି ଏହି ସଂଖ୍ୟା। ଏହାବ୍ୟତୀତ ଜିଲ୍ଲାରେ କରୋନା ଯୋଗା ଆଖି ବୁଜି ସାରିଲେଣି ୧୦ ଜଣ।
The post ଗଞ୍ଜାମରେ ସ୍ଥିତି ସଙ୍ଗୀନ; ଘରଠୁ ଏକ କି.ମିରୁ ଅଧିକ ଦୂର ନ ଯିବାକୁ ପରାମର୍ଶ appeared first on Odisha Reporter.
from Odisha Reporter https://ift.tt/2Ab6vvZ
No comments:
Post a Comment