ଆନନ୍ଦୀ ବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ଆନନ୍ଦୀ ବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ରବିବାର ବିଳମ୍ୱିତ ରାତିରେ ରାଷ୍ଟ୍ରପତି ଏହି ଦାୟିତ୍ୱ ଦେଇଛନ୍ତି। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆନନ୍ଦୀ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।

ମଧ୍ୟପ୍ରଦେଶ ରାଜ୍ୟପାଳ ଏବେ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ମଧ୍ୟପ୍ରଦେଶ ରାଜଭବନ ପକ୍ଷରୁ କୁହାଯାଇଛି। ପୂର୍ବ ଅପେକ୍ଷା ଟଣ୍ଡନଙ୍କ ହାର୍ଟ, କିଡନୀ ଏବଂ ଲିଭରରେ ସୁଧାର ଆସିଛି ବୋଲି କୁହାଯାଇଛି।

ଏବେ କିନ୍ତୁ ଟଣ୍ଡନ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ। ତେଣୁ ରାଷ୍ଟ୍ରପତି ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି।

The post ଆନନ୍ଦୀ ବେନ୍ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ appeared first on Odisha Reporter.



from Odisha Reporter https://ift.tt/2BmrCfx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages