ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପୁଣିଥରେ ଦେଶରେ ପ୍ରାୟ ୧୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪.୪ ଲକ୍ଷ ପାର କରିଛି। ସେହିପରି ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୪ ହଜାର ଡେଇଁଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ କରୋନା ଦ୍ୱାରା ଆଉ ୧୪, ୯୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪, ୪୦, ୨୧୫ରେ ପହଞ୍ଚି ଯାଇଛି। ମହାମାରୀ କରୋନା ଭାରଇରସ ଗୋଟିଏ ଦିନରେ ଆଉ ୩୧୨ ଜଣଙ୍କ ମୁଣ୍ଡ ନେବାରୁ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧୪୦୧୧କୁ ବୃଦ୍ଧି ପାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ କରୋନା ଆରୋଗ୍ୟ ହାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଯାଏ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨,୪୮,୧୮୯ ଜଣ ସୁସ୍ଥ ହୋଇଛନ୍ତି। ଦେଶର ବିଭିନ୍ନ ହସ୍ପିଟାଲରେ ୧,୭୮,୦୧୪ ଜଣ ଚିକିତ୍ସିତ ହେଉଛନ୍ତି।
ଦେଶରେ କରୋନା ଟେଷ୍ଟିଂ ମଧ୍ୟ ଦ୍ରୁତଗତିରେ ବଢ଼ୁଛି। ଏବେ ଦେଶର ୭୨୨ ସରକାରୀ ଓ ୨୫୯ ଘରୋଇ ଲ୍ୟାବରେ କରୋନା ନମୁନା ପରୀକ୍ଷା କରାଯାଉଛି। ଗତ ୨୪ ଘଣ୍ଟାରେ ମୋଟ ୧, ୮୭, ୨୨୩ଟି ନମୁନା ପରୀକ୍ଷା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ମହାରାଷ୍ଟ୍ର ଦେଶର ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ତାଲିକାରେ ୧ ନଂ ସ୍ଥାନରେ ରହିଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୧,୩୫,୭୯୬ ଥିବା ବେଳେ ୬,୨୮୩ ଜଣ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୬୫୫ ଥିବା ବେଳେ ତୃତୀୟରେ ଥିବା ତାମିଲନାଡୁରେ ରୋଗୀଙ୍କ ସଂଖ୍ୟା ୬୨,୦୮୭ ରହିଛି।
The post ବେକାବୁ ହେଉଛି କରୋନା, ଦେଶରେ ମୃତ୍ୟୁସଂଖ୍ୟା ୧୪ ହଜାର ଡେଇଁଲା appeared first on Odisha Reporter.
from Odisha Reporter https://ift.tt/3hV6TQs
No comments:
Post a Comment