ଭୋପାଲ: କରୋନା ଲକଡାଉନ ଯୋଗୁ ଅଭାବ ଅନଟନରେ ପଡ଼ିଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ମଧ୍ୟପ୍ରଦେଶ ସରକାର। ଲକଡାଉନ ଯୋଗୁ ଲୋକଙ୍କ ପାଖରେ ଟଙ୍କା ନଥିବାରୁ ସେମାନଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାର ଆଗେଇ ଆସିଛନ୍ତି। ଏଣିକି ଲୋକମାନେ ସେମାନଙ୍କ ବିଜୁଳି ବିଲ୍ର ମୋର୍ଟ ଅର୍ଥରୁ ୫୦% ଟଙ୍କା ପୈଠ କରିବେ ଓ ବାକି ୫୦% ଅର୍ଥ ସରକାର ବହନ କରିବେ।
ଏ ସମ୍ପର୍କରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘୋଷଣା କରିଛନ୍ତି। ସେ କହିଛନ୍ତି, ଯେଉଁମାନଙ୍କର ବିଜୁଳି ବିଲ୍ ଏପ୍ରିଲ ମାସରେ ୧୦୦ ଟଙ୍କା ହୋଇଥିବ ସେମାନେ ମେ’, ଜୁନ୍ ଓ ଜୁଲାଇ ମାସରେ ୫୦ ଟଙ୍କା ପୈଠ କରିବେ। ଏହି ନିୟମ ଦ୍ୱାରା ୫୬ ଲକ୍ଷ ଲୋକ ଫାଇଦା ପାଇବେ। କିନ୍ତୁ ରାଜ୍ୟ ସରକାର ୨୫୫ କୋଟି ଟଙ୍କାର କ୍ଷତି ସହିବେ। ତଥାପି ରାଜ୍ୟ ସରକାର ଲୋକଙ୍କ ପାଇଁ ଏହି ଅର୍ଥ ବହନ କରିବେ।
ସେହିପରି ଯେଉଁମାନଙ୍କ ବିଲ ଏପ୍ରିଲ ମାସରେ ୧୦୦ରୁ ୪୦୦ ଟଙ୍କା ମଧ୍ୟରେ ଆସିଥିବ, ସେମାନଙ୍କୁ ପରବର୍ତ୍ତୀ ୩ ମାସ ଯାଏ ୧୦୦ ଟଙ୍କା ଦେବାକୁ ହେବ। ପୁନଶ୍ଚ ଯେଉଁମାନଙ୍କର ବିଲ୍ ୪୦୦ ଟଙ୍କା ଉପରେ ହୋଇଥିବ ସେମାନଙ୍କୁ ମେ’, ଜୁନ୍ ଓ ଜୁଲାଇ ମାସରେ ଅଧା ଟଙ୍କା ଦେବାକୁ ହେବ।
The post ଏଣିକି ଏହି ରାଜ୍ୟର ଲୋକ ବିଜୁଳି ବିଲ୍ର ମାତ୍ର ୫୦% ଅର୍ଥ ଦେବେ appeared first on Odisha Reporter.
from Odisha Reporter https://ift.tt/3hSNGP8
No comments:
Post a Comment