୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ; ଗଞ୍ଜାମରେ ୧୦୦ରୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 30, 2020

୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ; ଗଞ୍ଜାମରେ ୧୦୦ରୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର୍‌ କରିଥିବା ବେଳେ ଗଞ୍ଜାମରୁ କେବଳ ୧୦୦ରୁ ଊର୍ଦ୍ଧ୍ୱ ଚିହ୍ନଟ ହୋଇଛନ୍ତି।  ୨୫୧ ନୂଆ କରୋନା ସଂକ୍ରମିତ ରାଜ୍ୟରେ  ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦୨ ଚିହ୍ନଟ ହୋଇଛନ୍ତି। ୧୯ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଫେରନ୍ତା NDRF ଟିମ୍‌ର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୨୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ  ହୋଇଥିବା ବେଳେ ୪୩ ଜଣ ଲୋକାଲ କେସ୍‌ ବୋଲି ଜଣାପଡ଼ିଛି।

ରାଜ୍ୟରୁ ଚିହ୍ନଟ ୨୫୧ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୨, ଖୋର୍ଦ୍ଧାରୁ ୨୬, ମାଲକାନଗିରିରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ନୟାଗଡ଼ ଜିଲ୍ଲାରୁ ୧୪, ବରଗଡ଼, ପୁରୀ ଜିଲ୍ଲାରୁ ୧୨ ଜଣ ଲେଖାଏ, ଗଜପତିରୁ ୬, ଝାରସୁଗୁଡ଼ା, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ,  ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏ ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ  ଲେଖାଏ, ଅନୁଗୁଳ,  ସୋନପୁର  ଓ ଯାଜପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ପଶ୍ଚିମବଙ୍ଗରୁ ଫେରିଥିବା NDRF ଟିମ୍‌ର ଜଣେ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ରେ ପହଞ୍ଚିଛି। ସେଥିମଧ୍ୟରୁ ୫୧୮୯ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୯୪ଟି ଆକ୍ଟିଭ କେସ୍‌ ରହିଛି।

The post ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ; ଗଞ୍ଜାମରେ ୧୦୦ରୁ ଅଧିକ appeared first on Odisha Reporter.



from Odisha Reporter https://ift.tt/3gr3gjN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages