ଆମେରିକାରେ ଭାଙ୍ଗିଲେ ଗାନ୍ଧିଙ୍କ ମୂର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

ଆମେରିକାରେ ଭାଙ୍ଗିଲେ ଗାନ୍ଧିଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉ ନାହିଁ। ଏହା ମଧ୍ୟରେ ବୁଧବାର କିଛି ପ୍ରଦର୍ଶନକାରୀ ୱାଶିଂଟନ୍ ଡିସିସ୍ଥ ଭାରତୀୟ ଦୂତାବାସରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ୱାଶିଂଟନ୍ ପୁଲିସ୍ ଦୋଷୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଏହି ମାମଲାରେ ଆମେରିକା ଦୁଃଖ ପ୍ରକାଶ କରିବା ସହ ଭାରତକୁ କ୍ଷମା ମଧ୍ୟ ମାଗିଛି।

ଭାରତୀୟ ଦୂତାବାସ ଆମେରିକା ଆଗରେ ଏହି ମାମଲାକୁ ଉଠାଇଥିଲା। ଭାରତୀୟ ଦୂତାବାସ ମେଟ୍ରୋପଲିୟନ୍ ପୁଲିସକୁ ଅଭିଯୋଗ କରିଥିଲା। ୩୦ ସେପ୍ଟେମ୍ବର, ୨୦୧୪ରେ ଓ୍ବାଶିଂଟନ ଡିସିରେ ମହାତ୍ମା ଗାନ୍ଧିଙ୍କ ଏହି ପ୍ରତିମୂର୍ତ୍ତି ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


ତେବେ ପ୍ରଦର୍ଶନକାରୀଙ୍କ ଦ୍ୱାରା ହୋଇଥିବା ଏହି ଦୁର୍ବ୍ୟବହାର ପାଇଁ ଭାରତରେ ଥିବା ଆମେରିକା ବ୍ରାଣ୍ଡ ଆମ୍ବାସାଡର କେନ୍ ଜଷ୍ଟର୍ କ୍ଷମା ମାଗିଛନ୍ତି। କେନ୍ ଜଷ୍ଟର୍ କହିଛନ୍ତି, ୱାଶିଂଟନରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସହ ହୋଇଥିବା ଦୁର୍ବ୍ୟବହାର ପାଇଁ ଆମେ ଦୁଃଖିତ। ଏଥିପାଇଁ ଆମେ କ୍ଷମା ମାଗୁଛୁ।


ସୂଚନାଯୋଗ୍ୟ, ମେ’ ୨୫ ତାରିଖରେ ଆମେରିକାର ମିନିୟାପଲିସରେ ଜଣେ ପୁଲିସ୍ ଅଧିକାରୀ ଜର୍ଜ ଫ୍ଲଏଡଙ୍କୁ ଗିରଫ କରିଥିଲା। ଏହା ପରେ ପୁଲିସ୍ ଅଧିକାରୀ ଜଣକ ଜର୍ଜଙ୍କ ବେକକୁ ୭ରୁ ଅଧିକ ମିନିଟ୍ ଧରି ନିଜ ଗୋଡରେ ଚାପି ରଖିଥିଲେ, ଯେଉଁଥିରେ ଜର୍ଜଙ୍କର ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଆମେରିକାର ପ୍ରତି ରାଜ୍ୟରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା।



from Odisha Reporter https://ift.tt/2AxmioN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages