ଦେଶର ପ୍ରତିରକ୍ଷା ସଚିବଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଦେଶର ପ୍ରତିରକ୍ଷା ସଚିବଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଭବନରେ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଏବେ ଦେଶର ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ କରୋନା ହୋଇଥିବା ଜଣାପଡ଼ିଛି।

୧୯୮୫ ବ୍ୟାଚ୍ ଆଇଏଏସ୍ ଅଫିସର୍ ଅଜୟ କୁମାର ରିପୋର୍ଟ ବୁଧବାର ପଜିଟିଭ୍ ଆସିବା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସନ୍ଧାନ କରିବାରେ ଲାଗି ପଡ଼ିଛି। ରାୟସିନା ହିଲର ସାଉଥ୍ ବ୍ଲକରେ ମନ୍ତ୍ରାଳୟର ମୁଖ୍ୟାଳୟରେ କାର୍ଯ୍ୟରତ ଅତି କମରେ ୩୫ଜଣ ଅଧିକାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି।

ଏମିତି ବି କୁହାଯାଉଛି ଯେ ସୁରକ୍ଷାକୁ ଆଖି ଆଗରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ କାର୍ଯ୍ୟାଳୟକୁ ଆସୁନାହାନ୍ତି। ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ସଚିବ, ସେନା ମୁଖ୍ୟ ଏବଂ ନୌସେନା ମୁଖ୍ୟଙ୍କ କାର୍ଯ୍ୟାଳୟ ମଧ୍ୟ ସାଉଥ୍ ବ୍ଲକରେ ଅଛି।

ପ୍ରତିରକ୍ଷା ସଚିବଙ୍କ ବ୍ୟତୀତ ଲୁଟିୟାନ୍ ଜୋନରେ ଅତି କମରେ ଅଧ ଡଜନ ମନ୍ତ୍ରାଳୟର କାର୍ଯ୍ୟାଳୟ ମଧ୍ୟ କରୋନା କବଳରେ ଅଛି। ଏହାକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସରକାରୀ ଅଧିକାରୀଙ୍କ ପାଇଁ ୪୦ ପଏଣ୍ଟ ବିଶିଷ୍ଟ ପରାମର୍ଶ ଜାରି କରିଛି।



from Odisha Reporter https://ift.tt/2XsX0Bg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages