ଆତଙ୍କୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଆଣୁଥିବା ପାକ୍‌ ଡ୍ରୋନକୁ ଖସାଇ ଦେଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

ଆତଙ୍କୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଆଣୁଥିବା ପାକ୍‌ ଡ୍ରୋନକୁ ଖସାଇ ଦେଲା ଭାରତ

ଶ୍ରୀନଗର: ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଧରି ଆତଙ୍କବାଦୀଙ୍କ ପାଖକୁ ଆସୁଥିବା ଏକ ଡ୍ରୋନକୁ ଆଜି ଭାରତୀୟ ସୁରକ୍ଷାକର୍ମୀ ଗୁଳି କରି ଖସାଇ ଦେଇଛନ୍ତି। ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଏହି ଘଟଣା ଘଟିଛି।

ଡ୍ରୋନ ମଧ୍ୟରୁ ଆମେରିକା ନିର୍ମାଣ କରିଥିବା ଏମ-୪ ରାଇଫଲ, ୨ଟି ମ୍ୟାଗାଜିନ ଓ ଗୁଳିଗୋଳା ସୁରକ୍ଷାକର୍ମୀ ଠାବ କରିଛନ୍ତି। ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ପାଖକୁ ହିଁ ପାକିସ୍ତାନ ଏଭଳି ଅସ୍ତ୍ରଶସ୍ତ୍ର ପଠାଉଥିବା ପୁଲିସ୍‌ କହିଛି।

ଅଲୀ ଭାଇ ନାମକ ଆତଙ୍କବାଦୀ ପାଖକୁ ଏହା ପଠା ଯାଉଥିଲା। ଏହି ପେଲଡ୍‌ରେ ତା’ର ନାଁ ରହିଛି। ଡ୍ରୋନଟି ବ୍ଲେଡରୁ ବ୍ଲେଡ ୮ ଫୁଟ୍‌ ଦୈର୍ଘ୍ୟ ବିଶିଷ୍ଟ। ଏହାକୁ କାଠୁଆ ସେକ୍ଟରରେ ଥିବା ବିଏସ୍‌ଏଫର ପାନସେର ପୋଷ୍ଟର ଅପରପାର୍ଶ୍ୱରୁ ନିୟନ୍ତ୍ରଣ କରାଯାଉଥିଲା।

ଆଜି ଭୋର ୫.୧୦ ସମୟରେ ଡ୍ରୋନଟି ସୀମା ସେପଟୁ ଭାରତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ବିଏସଏଫ ଯବାନମାନେ ୯ ରାଉଣ୍ଡ ଗୁଳି ଚଳାଇ ଏହାକୁ ଖସାଇ ଦେଇଥିଲେ।

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସରେ ନିହତ ହୋଇଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀଙ୍କ ଠାରୁ ସମାନ ଧରଣର ଅସ୍ତ୍ରଶସ୍ତ୍ର ଠାବ ହୋଇଥିଲା। ପାକିସ୍ତାନ ହିଁ ଏଠାରେ ଥିବା ଜୈଶ ଆତଙ୍କୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବାକୁ ଚାହୁଁଥିବା ଏଥିରୁ ସ୍ପଷ୍ଟ ହେବାରେ ଲାଗିଛି।



from Odisha Reporter https://ift.tt/30ZRSa0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages