ବାଲି ଆଣିବାକୁ ଯାଇ ଓଲଟି ପଡ଼ିଲା ଟ୍ରାକ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

ବାଲି ଆଣିବାକୁ ଯାଇ ଓଲଟି ପଡ଼ିଲା ଟ୍ରାକ୍ଟର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଥାନା ସରସରା ଗ୍ରାମପଞ୍ଚାୟତର ବଘାରପାଲି ନିକଟରେ ଗତବାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରାକ୍ଟର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲି ଆଣିବା ପାଇଁ ଡ୍ରାଇଭର ସରସରା- ବଘାରପାଲି ଅଣଓସାରିଆ କଚ୍ଚା ରାସ୍ତାରେ ଯାଉଥିଲେ। ମାତ୍ର ଗାଡ଼ିଟି ଭାରସାମ୍ୟ ହରାଇ ଏକ ପୋଲ ନିକଟରେ  ରାସ୍ତା ତଳକୁ ଓଲଟି ପଡ଼ିଥିଲା।  ରାତି ହୋଇଥିବାରୁ ଦୁର୍ଘଟଣା ସମ୍ପର୍କରେ କେହି ଜାଣି ପାରି ନ ଥିଲେ। ସକାଳେ ସ୍ଥାନୀୟ ଲୋକେ ପହଞ୍ଚି ଡ୍ରାଇଭରଙ୍କ ମୃତ୍ୟୁ ହୋଇ ସାରିଥିବା ଦେଖିବାକୁ ପାଇଥିଲେ। ମୃତକଙ୍କ ଘର ଲଇଗାଆଁରେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/3entToY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages