କଲେଜ ଏବେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ଆସନ୍ତାକାଲି ନ ଖୋଲିବାକୁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

କଲେଜ ଏବେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ଆସନ୍ତାକାଲି ନ ଖୋଲିବାକୁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏପରି ସ୍ଥିତିରେ କଲେଜ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ଏବଂ ଅଣଶିକ୍ଷକଙ୍କୁ ଆସନ୍ତା କାଲି ଅର୍ଥାତ ଜୁନ୍ ୧୭ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ତେବେ ଏବେ ସୁଦ୍ଧା ସବୁ କିଛି ସାମାନ୍ୟ ସ୍ଥିତିକୁ ଫେରି ନ ଥିବାରୁ ଅନ୍ତଃତ ଜୁଲାଇ ୩୧ ତାରିଖ ଯାଏଁ କଲେଜ ନ ଖୋଲିବାକୁ ଅଧ୍ୟାପକମାନେ ଦାବି କରିଛନ୍ତି। ଏନେଇ ୬୬୨ ଓ ୪୮୮ ବର୍ଗର କଲେଜ ଅଧ୍ୟାପକ ସଂଘର କର୍ତ୍ତକର୍ତ୍ତା ଆଜି ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଅଧ୍ୟାପକଙ୍କ ଦାବି ମୁତାବକ, ରାଜ୍ୟର ଅଧିକାଂଶ କଲେଜକୁ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍‌ ସେଣ୍ଟର ଓ ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟର ଭାବେ ବ୍ୟବହାର କରୁଛନ୍ତି । ରାଜ୍ୟରେ ପରିବହନ ବ୍ୟବସ୍ଥା ବି ସ୍ୱାଭାବିକ ହୋଇନି । ଏଭଳି ସ୍ଥିତିରେ ସଂପୃକ୍ତ ଅଧ୍ୟାପକ ଏବଂ କର୍ମଚାରୀ କେମିତି କଲେଜକୁ ଯାଇ ନିଜର କର୍ତ୍ତବ୍ୟ କରିବେ ବୋଲି ପ୍ରଶ୍ନ କରିଛନ୍ତି  ।

ତେଣୁ ଜୁଲାଇ ୩୧ ଯାଏଁ କଲେଜ୍‌ ବନ୍ଦ ରଖିବା ପାଇଁ ସେମାନେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାବ୍ୟତୀତ ଜୁଲାଇ ୩୧ ପରେ ୩୦ ପ୍ରତିଶତ ଅଧ୍ୟାପକଙ୍କୁ ନେଇ କଲେଜ ଖୋଲାଯାଉ ବୋଲି  ଦାବି ଜଣାଇଛନ୍ତି ବିଭିନ୍ନ ଅଧ୍ୟାପକ ସଂଘର କର୍ମକର୍ତ୍ତା।



from Odisha Reporter https://ift.tt/2N0QQCv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages