ଟିଏମ୍‌ସିରେ ଆଖି ବୁଜିଲା ଶିଶୁ କନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 5, 2020

ଟିଏମ୍‌ସିରେ ଆଖି ବୁଜିଲା ଶିଶୁ କନ୍ୟା

ନୂଆପଡା(ମାୟାଧର ସରାଫ):ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡା ଟିଏମସିରେ  ଜଣେ ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି।  ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଖଡିଆଳ ବ୍ଲକ ଝୋଲପଥର ଗାଁର ଡାକ୍ତର କଲସାଏଙ୍କ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରରୁ ଫେରି ଏହି ଟିଏମ୍‌ସିରେ ରହିଥିଲେ । ସେମାନଙ୍କ ମଧ୍ୟରେ କଲସାଏ, ତାଙ୍କ ସ୍ତ୍ରୀ ଓ  ୩ ଶିଶୁ  ଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଟିଏମ୍‌ସିରେ ପହଞ୍ଚିଥିଲେ। ଏହାପରେ ନିଜ  ୭ ବର୍ଷର ଝିଅ ବର୍ଷାକୁ ଜ୍ୱର ହେଉଥିବାରୁ ଚିକିତ୍ସା ନିମନ୍ତେ ଟିଏମସି ଦାୟିତ୍ୱରେ  ଥିବା କର୍ମଚାରୀଙ୍କୁ  କଲସାଏ ଜଣାଇଥିଲେ । କିନ୍ତୁ ତାଙ୍କ ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା।

ଫଳରେ ଆଜି ସକାଳେ ବର୍ଷାଙ୍କର ଟିଏମସିରେ ମୃତ୍ୟୁ ହୋଇଥିବା ଜଣାଯାଇଛି। । ଡାକ୍ତରୀ ଦଳ ପହଞ୍ଚି ମୃତ ଶିଶୁର ସ୍ୱାବ ସଂଗ୍ରହ କରିଥିବା ବେଳେ  ଖଡିଆଳ ବିଡିଓ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।



from Odisha Reporter https://ift.tt/3dDZthH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages