ଅଣସରରେ ୩ ଠାକୁର, ପୂଜା ପାଉଛନ୍ତି ପଟି ଦିଅଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 5, 2020

ଅଣସରରେ ୩ ଠାକୁର, ପୂଜା ପାଉଛନ୍ତି ପଟି ଦିଅଁ

ପୁରୀ(ଓଡ଼ିଶା ରିପୋର୍ଟର): ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଅସୁସ୍ଥ ହୋଇ ପଡ଼ିଥିବା  ମହାପ୍ରଭୁ ଏବେ ଅଣସରରେ ଅଛନ୍ତି। ଆଜିଠୁ ୧୫ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି । ସେଠାରେ ମହାପ୍ରଭୁଙ୍କ ଗୁପ୍ତ ସେବା ଚାଲିବ।  ତିନି ଠାକୁର ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ  । ସେହିପରି ମନ୍ଦିର ପ୍ରବେଶ କଟକଣା ଯୋଗୁଁ ସିଂହଦ୍ୱାର ବାହାରୁ ଭକ୍ତଙ୍କୁ ଦର୍ଶନ ଦେଉଥିବା ପତିତପାବନଙ୍କ ସ୍ଥାନରେ ପୂଜିତ ହେଉଛନ୍ତି ନାରାୟଣଙ୍କ ପଟି ଦିଅଁ ।

ଗତକାଲି ଦିବ୍ୟ ସ୍ନାନ ସରିବା ପରେ ସ୍ନାନ ମଣ୍ଡପରୁ ଗୋଟି ପହଣ୍ଡିରେ ପ୍ରଥମେ ବଡ଼ଠାକୁର ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ହୋଇଥିଲା । କରୋନା କଟକଣା ଯୋଗୁଁ କଡ଼ା ସୁରକ୍ଷା ବଳୟରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଦେବସ୍ନାନ ନୀତି ସଂପନ୍ନ ହୋଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଥିବାରୁ ମାର୍କେଟ୍ ଛକଠାରୁ ଜନସାଧାରଣଙ୍କ ପାଇଁ ପ୍ରବେଶ ନିଷେଧ ଥିଲା  ।



from Odisha Reporter https://ift.tt/3dEtsq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages