କ୍ରମାଗତ ୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

କ୍ରମାଗତ ୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ୯ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୪୮ ପଇସା ଓ ଡିଜେଲ ଲିଟର ପିଛା ୫୯ ପଇସା ମହଙ୍ଗା ହୋଇଛି। ଗତକାଲି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୬୨ ପଇସା ଓ ୬୪ ପଇସା ବଢ଼ିଥିଲା।

ଆଜିର ନୂଆ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୬.୨୬ ଟଙ୍କା ଓ ଡିଜେଲ ଲିଟର ପିଛା ୭୪.୬୨ ଟଙ୍କାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୮୩.୧୭ ଟଙ୍କା ଓ ଡିଜେଲ ୭୨.୨୧ ଟଙ୍କା ରହିଛି।

ଚେନ୍ନାଇରେ ୭୯.୯୬ ଟଙ୍କାରେ ପେଟ୍ରୋଲ ମିଳୁଥିବା ବେଳେ ଡିଜେଲ ଦର ୭୨.୬୯ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୭୮.୧୦ ଟଙ୍କା ଓ ଡିଜେଲ ୭୦.୩୩ ଟଙ୍କାରେ ମିଳୁଛି।

ଏହି ୯ ଦିନ ମଧ୍ୟରେ ପେଟ୍ରୋଲ ଦର ୫.୧୪ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ୫.୨୩ ଟଙ୍କା ମହଙ୍ଗା ହୋଇଛି।



from Odisha Reporter https://ift.tt/2N05ytq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages