ଡ୍ୟୁଟି କରୁଥିବା ବେଳେ ୨ ସିକ୍ୟୁରିଟି ଗାର୍ଡଙ୍କୁ ପିଟିପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଡ୍ୟୁଟି କରୁଥିବା ବେଳେ ୨ ସିକ୍ୟୁରିଟି ଗାର୍ଡଙ୍କୁ ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ନାରେଲା ଅଞ୍ଚଳରେ ଏକ ଭୟଙ୍କର ଘଟଣା ଘଟିଛି। ଦୁଇ ଜଣ ଯୁବ ସିକ୍ୟୁରିଟି ଗାର୍ଡଙ୍କୁ କିଛି ଲୋକ ମିଳିତ ଭାବେ ଆକ୍ରମଣ କରିବା ସହ ପିଟିପିଟି ହତ୍ୟା କରିଛନ୍ତି। ୨୨ ବର୍ଷୀୟ ଅମିତ ଓ ୨୪ ବର୍ଷୀୟୀ ସୁନୀଲ ଏକ ଘରୋଇ କମ୍ପାନୀ ପକ୍ଷରୁ ନିର୍ମାଣ ହେଉଥିବା ବିଲଡିଂରେ ନାଇଟ ଡ୍ୟୁଟି କରୁଥିଲେ।

ଶନିବାର ରାତିରେ ଏମାନେ ବିଲଡିଂର ଦ୍ୱିତୀୟ ମହଲାରେ ଥିବା ବେଳେ କିଛି ଲୋକ ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁ ସେମାନେ ଚିତ୍କାର କରିବାରୁ ଅନ୍ୟ ସିକ୍ୟୁରିଟି ଗାର୍ଡମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ବୃତ୍ତମାନେ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲେ।

ଆକ୍ରମଣର ଶିକାର ହୋଇଥିବା ଅମିତ ଓ ସୁନୀଲଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଡେପୁଟି କମିଶନର ଅଫ ପୁଲିସ୍‌ ଗୌରବ ଶର୍ମା କହିଛନ୍ତି, ଅମିତ ଓ ସୁନୀଲଙ୍କୁ ପ୍ରଥମେ ଏମଭି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ଉଭୟଙ୍କୁ ବିଏସ୍‌ଏ ହସ୍ପିଟାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବିଏସଏ ହସ୍ପିଟାଲରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିବା ସେ କହିଛନ୍ତି।



from Odisha Reporter https://ift.tt/2N05ppS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages