ବେଜିଂ: କରୋନା ମହାମାରୀ ପାଇଁ ଚୀନର ସବୁଠୁ ବଡ଼ ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଥିବା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରଭାବିତ ହୋଇଛି। ବିଆରଆଇ ଅଧୀନରେ ଥିବା ଅଧିକାଂଶ ପ୍ରକଳ୍ପ କରୋନା ସଂକ୍ରମଣ ହେତୁ ଗୁରୁତର ଭାବରେ ପ୍ରଭାବିତ ହୋଇଛି।ଚୀନ୍ ବୈଦେଶିକ ମନ୍ତ୍ରାଳୟର ଅନ୍ତର୍ଜାତୀୟ ଅର୍ଥନୀତିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ୱାଙ୍ଗ ଚିଆଲୋଙ୍ଗ ଏ ନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବେଜିଂ ବିଶ୍ୱରେ ନିଜର ବ୍ୟବସାୟ ବିସ୍ତାର କରିବାକୁ ଯାଇ ଏସିଆ, ଆଫ୍ରିକା ଏବଂ ୟୁରୋପରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଆରଆଇ ପ୍ରକଳ୍ପ କରିଛି। ତେବେ ଏହି ପ୍ରକଳ୍ପର ପ୍ରାୟ ୪୦ ପ୍ରତିଶତ କରୋନା ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ବାକି ୩୦ ରୁ ୪୦ ପ୍ରତିଶତ ପ୍ରକଳ୍ପ ଉପରେ ମଧ୍ୟ ଏହାର ପ୍ରଭାବ ଆଂଶିକ ଭାବରେ ପଡିଛି। ୱାଙ୍ଗଙ୍କ ବିବୃତ୍ତି ହଂକଂ ସ୍ଥିତ ଦକ୍ଷିଣ ଚୀନ୍ ମର୍ନିଂପୋଷ୍ଟରେ ପ୍ରକାଶ ପାଇଛି।
ଗତ ସପ୍ତାହରେ ଚୀନ୍ ବିଆରଆଇ ପ୍ରକଳ୍ପର ସମୀକ୍ଷା କରିଥିଲା। କିଭଳି ପ୍ରଭାବିତ ହୋଇଥିବା ପ୍ରକଳ୍ପ ପୁଣିଥରେ ପୁନର୍ଜୀବିତ ହୋଇପାରିବ ସେ ବାବଦରେ ଆଲୋଚନା ହୋଇଥିଲା।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କରୋନାରେ ପ୍ରଭାବିତ ହୋଇଥିବା ପ୍ରକଳ୍ପ ଗୁଡିକରେ ୬୦ ବିଲିୟନ ଆମେରିକୀୟ ଡଲାରର ସିପିଇସି ଅନ୍ତର୍ଭୁକ୍ତ। ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ଯାଉଥିବାରୁ ସିପିଇସି ଉପରେ ଭାରତ ଚୀନ୍କୁ ବିରୋଧ କରିଛି।
କେବଳ ଏତିକି ନୁହେଁ, ମାଲେସିଆ, ବାଂଲାଦେଶ, ଇଣ୍ଡୋନେସିଆ, ପାକିସ୍ଥାନ, କାମ୍ବୋଡିଆ ଏବଂ ଶ୍ରୀଲଙ୍କା ସମେତ କେତେକ ଏସୀୟ ଦେଶ ଏହି ଚାଇନାର ଅନୁଦାନ ପ୍ରାପ୍ତ ପ୍ରକଳ୍ପ ଉପରେ ଏବେ ପ୍ରତିବନ୍ଧକ ଲଗାଇଛନ୍ତି।
ବିଆରଆଇ କ’ଣ?
୨୦୧୩ ରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ କ୍ଷମତାକୁ ଆସିବା ଆସିବା ପରେ ବିଆରଆଇ ପ୍ରକଳ୍ପର ଆରମ୍ଭ କରିଥିଲେ। ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ଏସିଆ, ଗଲ୍ଫ ଅଞ୍ଚଳ, ଆଫ୍ରିକା ଏବଂ ୟୁରୋପକୁ ସଡ଼କ ଏବଂ ସମୁଦ୍ର ପଥରେ ସଂଯୋଗ କରିବା।
ବିଆରଆଇ ମୁଖ୍ୟ ପ୍ରକଳ୍ପରେ ପାକିସ୍ତାନର ବେଲୁଚିସ୍ତାନର ଗ୍ୱାଦର ବନ୍ଦରକୁ ଚୀନର ଜିନଜିଆନ୍ ପ୍ରଦେଶ ସହିତ ସଂଯୋଗ କରୁଥିବା ସିନୋ-ପାକ୍ ଇକୋନୋମିକ୍ କରିଡର (ସିପିଇସି) ଅନ୍ତର୍ଭୁକ୍ତ।
The post ଚୀନର ଡ୍ରିମ୍ ପ୍ରୋଜେକ୍ଟ ବିଆରଆଇକୁ କରୋନା ଝଟକା appeared first on Odisha Reporter.
from Odisha Reporter https://ift.tt/3g5GXzD
No comments:
Post a Comment