ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରିରେ ଯୋଗ ଦେବା ପୂର୍ବ ଦିନ ଆତ୍ମହତ୍ୟା କରିଛନ୍ତି ଓଏଫ୍ଏସ ଅଧିକାରୀ। ଏପରି ଅଭାବନୀୟ ଘଟଣା ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୪ରେ ଘଟିଛି। ମୃତକ ହେଲେ ଅଭିଳାଶ ସ୍ୱରୂପ ମହାପାତ୍ର।
ପୁଲିସ୍ ସୂଚନା ଅନୁଯାୟୀ, ଅଭିଳାଶଙ୍କ ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ହୋଇଥିବା ବେଳେ ଭୁବନେଶ୍ୱରରେ ସେ ପତ୍ନୀ ଓ ପିଲାଙ୍କ ସହ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଅଭିଳାଶ ଘରର କବାଟ ବନ୍ଦ କରି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ତାଙ୍କ ପତ୍ନୀ ପୁଲିସ୍କୁ ଖବର ଦେଇଥିଲେ। ଖଣ୍ଡଗିରି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଅଭିଳାଶ ଭୁବନେଶ୍ୱରସ୍ଥିତ ଟ୍ରେଜେରି ଅଫିସ୍ରେ ଓଏଫଏସ୍ ଅଧିକାରୀ ଭାବେ ଆଜି ଯୋଗ ଦେଇଥାନ୍ତେ। ହେଲେ ପୂର୍ବ ଦିନ ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ଅଭିଳାଶଙ୍କ ଆତ୍ମହତ୍ୟା ଖବର ପାଇ ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚିଥିବା ଜଣାଯାଇଛି।
The post ଚାକିରିରେ ଯୋଗ ଦେବା ପୂର୍ବ ଦିନ ଆତ୍ମହତ୍ୟା କଲେ ଓଏଫ୍ଏସ ଅଧିକାରୀ appeared first on Odisha Reporter.
from Odisha Reporter https://ift.tt/2NAdKkn
No comments:
Post a Comment