ମଦ ପାଇଁ ମା’କୁ ହାଣିଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ମଦ ପାଇଁ ମା’କୁ ହାଣିଲା ପୁଅ

କେନ୍ଦୁଝର(ପ୍ରଣୟ କୁମାର ପାଣି): -ମଦ ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଲା ପୁଅ। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାଇସୁଆଁ ମୁଣ୍ଡା ସାହିରେ ଘଟିଛି ।

ମୁଣ୍ଡା ସାହିର ବୁଧୁ ବେଣ୍ଟକାର ନିଜ ମା’ ରଜନୀଙ୍କୁ ମଦ ପିଇବା ପାଇଁ ୨ ଦିନ ପୂର୍ବେ ଟଙ୍କା ମାଗିଥିଲେ । କିନ୍ତୁ ରଜନୀ ତାଙ୍କୁ ମଦ ପିଇବାକୁ ବାରଣ କରିବା ସହ ଏଥିପାଇଁ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ବୁଧୁ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲେ ।

ଗୁରୁତର ରଜନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ଲୋକେ ସଦର ପୁଲିସ୍‌କୁ ଖବର ଦେଇଥିଲେ ମଧ୍ୟ ପୁଅ ଏପର୍ଯ୍ୟନ୍ତ ଫେରାର ଥିବା ଜଣା ପଡ଼ିଛି । ସଦର ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।



from Odisha Reporter https://ift.tt/30N5BRc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages