ଦଶମୂଳମୋଦକ ଖାଇ ଆଜି ସୁସ୍ଥ ହେବେ ମହାପ୍ରଭୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ଦଶମୂଳମୋଦକ ଖାଇ ଆଜି ସୁସ୍ଥ ହେବେ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର):ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଅସୁସ୍ଥ ହୋଇ ପଡ଼ିଛନ୍ତି ମହାପ୍ରଭୁ ।  ଏବେ  ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି ଥିବା ବେଳେ ସେଠାରେ ମହାପ୍ରଭୁଙ୍କର ଗୁପ୍ତ ସେବା ଚାଲିଛି।  ମହାପ୍ରଭୁଙ୍କୁ ସୁସ୍ଥ କରିବା ନିମନ୍ତେ ତାଙ୍କର ଆୟୁର୍ବେଦ ଚିକିତ୍ସା କରାଯାଉଛି। ମହାପ୍ରଭୁଙ୍କ ଶୀଘ୍ର ଆରୋଗ୍ୟ ନିମନ୍ତେ ରାଜବୈଦ୍ୟ ଦଶମୂଳମୋଦକ ପ୍ରଦାନ କରିଛନ୍ତି। ମହାପ୍ରଭୁ ଆଜି ଏହାକୁ ଖାଇବା ପରେ ସୁସ୍ଥ ହେବେ।

ଶ୍ରୀଜିଉ ସୁସ୍ଥ ହେବା ପରେ ଆଜି ବାଜି ଉଠିବ ଘଣ୍ଟ, ଘଣ୍ଟି, କାହାଳୀ । ରଙ୍ଗବେରଙ୍ଗର ପୋଷାକ ପରିଧାନ କରିବେ ମହାପ୍ରଭୁ । ଏହାପରେ ରଙ୍ଗବେରଙ୍ଗର ଫୁଲରେ ପୂଜା ପାଇବେ ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସବୁ କିଛି ରୀତିନୀତି ଅନୁଯାୟୀ ଚାଲିଥିବା ସତ୍ତ୍ୱେ ଏଯାଏ ରଥଯାତ୍ରା ହେବା ନେଇ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ରଥ ଯାତ୍ରା ଆଉ ମାତ୍ର ଅଳ୍ପ କିଛି ଦିନ ଥିବାରୁ ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ ସେ ସମ୍ପର୍କରେ ସରକାର କିଛି ନିଷ୍ପତ୍ତି ନେଇ ନାହାନ୍ତି। ଆସନ୍ତା ୧୮ ତାରିଖରେ ଏ ସମ୍ପର୍କୀତ ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହେବାର ଅଛି।



from Odisha Reporter https://ift.tt/3el2pQE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages