ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ୪ ହଜାର ଅତିକ୍ରମ କଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ୪ ହଜାର ଅତିକ୍ରମ କଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୭୦୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୩୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୧୧ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ଭାବେ ଚିହ୍ନଟ ୧୪୬ ଜଣଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୮ଟି ଲୋକାଲ କେସ୍‌।


ଏହି ୧୪୬ ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ସର୍ବାଧିକ ୪୮ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ରୁ ୪, ଝାରସୁଗୁଡ଼ାରୁ ୧, ରାୟଗଡ଼ାରୁ ୫, କଟକରୁ ୧୯, ଜଗତସିଂହପୁରରୁ ୪, ବାଲେଶ୍ୱରରୁ ୮, ଢେଙ୍କନାଳରୁ ୧, ଅନୁଗୋଳରୁ ୬, ଗଞ୍ଜାମରୁ ୮, ସୋନପୁରରୁ ୨, ଭଦ୍ରକରୁ ୧୯, ସମ୍ୱଲପୁରରୁ ୧ ଓ ସୁନ୍ଦରଗଡ଼ରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅମ୍ଫାନ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୯ ଜଣ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।



from Odisha Reporter https://ift.tt/3e58nFj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages