ନେପାଳ ବର୍ବରତା ସମ୍ପର୍କରେ ମୁହଁ ଖୋଲିଲେ ସ୍ଥାନୀୟ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ନେପାଳ ବର୍ବରତା ସମ୍ପର୍କରେ ମୁହଁ ଖୋଲିଲେ ସ୍ଥାନୀୟ ଲୋକ

ପାଟନା: ଜୁନ୍‌ ୧୨ରେ ନେପାଳ ସେନା ବିହାର ସୀମାନ୍ତରେ କେଉଁଭଳି ବର୍ବରତା ଆଚରଣ କରିଥିଲା ସେସମ୍ପର୍କରେ ମୁହଁ ଖୋଲିଛନ୍ତି ପ୍ରତ୍ୟେକ୍ଷଦର୍ଶୀ। ଜୁନ୍‌ ୧୨ରେ ନେପାଳ ସେନା ଭାରତୀୟ ସୀମାରେ ଥିବା କିଛି ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଏପରି କି ଜଣଙ୍କୁ ସେମାନେ ଅପହରଣ କରି ନେଇଥିଲେ। ତେବେ ତାଙ୍କୁ କିଛି ଦିନ ପରେ ନେପାଳ ସେନା ଛାଡ଼ିଦେଇଛନ୍ତି।

ଆଜି ଏ ସମ୍ପର୍କରେ ଜାନକିନଗରର ନୀତୀଶ କୁମାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୧୮ରୁ ୨୦ ଥର ନେପାଳ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଏହା ଦେଖି ଆମେ ସମସ୍ତେ ଭୟଭୀତ ହୋଇଯାଇଥିଲୁ। ଲାଲବନ୍ଦୀ-ଜାନକିନଗର ସୀମାରେ ହିଁ ଏହି ଗୁଳିମାଡ଼ ହୋଇଛି।

ଏହି ଗୁଳିମାଡ଼ରେ ବିକାଶ ଯାଦବ, ଉମେଶ ରାମ ଓ ଉଦୟ ଠାକୁର ଆହତ ହୋଇଥିଲେ। ତେବେ ବିକାଶ ଯାଦବଙ୍କର ମୃତ୍ୟୁ ଘଟିଥିଲା। ଲଗନ କିଶୋର ତାଙ୍କ ପରିବାର ଲୋକଙ୍କ ସହ ସୀମାକୁ ଯାଇଥିଲେ। ସେଠାରେ ସେ ତାଙ୍କ ବୋହୂ(ନେପାଳ ନାଗରିକ)ଙ୍କୁ ଦେଖା କରୁଥିଲେ। କିନ୍ତୁ ନେପାଳି ସେନା ତାଙ୍କୁ ଜୋରଜବରଦସ୍ତି ସୀମା ସେପଟକୁ ଭିଡ଼ି ନେଇଥିଲେ ବୋଲି କହିଛନ୍ତି।

ଲଗନ କିଶୋର କହିଛନ୍ତି, “ମୋତେ ନେପାଳ ସେନାର କର୍ମଚାରୀମାନେ ସୀମା ଆରପଟକୁ ଭିଡ଼ି ନେଇଯାଇଥିଲେ। ଏହାପରେ ସେମାନେ ମୋତେ ମାଡ଼ ମାରିବା ସହ ଧମକ ଦେଇଥିଲେ। ଏଥିସହ ବନ୍ଧୁକ ଦେଖାଇ ଭୟଭୀତ ମଧ୍ୟ କରିଥିଲେ। ମୋ ପୁଅକୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଏଥିସହ ସେମାନେ ମୋତେ ନେପାଳ ସୀମାରେ ପ୍ରବେଶ କରିଥିବାରୁ ଧରିଥିବା ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ। ”

ଜାନକିନଗରର ଅଧିକାଂଶ ଲୋକ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ଓ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି।



from Odisha Reporter https://ift.tt/3htckpC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages