ଶ୍ୱଶୁର ଘରକୁ ଯିବା ବେଳେ ଯୁବକଙ୍କୁ ଭୁଜାଲି ଚୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ଶ୍ୱଶୁର ଘରକୁ ଯିବା ବେଳେ ଯୁବକଙ୍କୁ ଭୁଜାଲି ଚୋଟ

ସୋର(ଶଶିକାନ୍ତ ବେହେରା): ବାଇକ୍‌ରେ ସ୍ତ୍ରୀ ଓ ପିଲାଙ୍କୁ ନେଇ ଶ୍ୱଶୁର ଘରକୁ ଯିବାବେଳେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଥିବା ଜଣାଯାଇଛି। ଯୁବକଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଆହାରପୁର ଗାଁ ନିକଟରେ ଘଟିଛି। ଗୁରୁତର ଯୁବକଜଣକ ହେଲେ ସୋର ଥାନା କୁରୁଡ଼ା ଗାଁର ଚିତ୍ତରଞ୍ଜନ ଦାସ ।

ଚିତ୍ତରଞ୍ଜନ  ସ୍ତ୍ରୀ ଓ ୨ ପିଲାଙ୍କୁ ନେଇ  ବିଳମ୍ବିତ ରାତିରେ ଶ୍ୱଶୁର ଘର ବାସୁଦେବପୁର ଥାନା ଅନ୍ତର୍ଗତ ବିନାୟକପୁରକୁ ଯାଉଥିଲେ । ତେବେ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ । ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ତେବେ କେଉଁ କାରଣରୁ ଉକ୍ତ ଯୁବକମାନେ ଚିତ୍ତରଞ୍ଜନଙ୍କୁ ଆକ୍ରମଣ କଲେ ତାହା ଜଣାପଡ଼ୁ ନାହିଁ।



from Odisha Reporter https://ift.tt/2ALgNDt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages