ଚାଇନା ସେନାର ଆକ୍ରମଣ: କର୍ଣ୍ଣେଲ ସମେତ ୩ ସହିଦ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରୁରୀ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ଚାଇନା ସେନାର ଆକ୍ରମଣ: କର୍ଣ୍ଣେଲ ସମେତ ୩ ସହିଦ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଏବେ ଉଗ୍ର ରୂପ ନେଇଛି। ଲଦାଖର ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନା ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଚାଇନାର ଆକ୍ରମଣରେ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି। କର୍ଣ୍ଣେଲ ଜଣଙ୍କ ଉକ୍ତ ଅଞ୍ଚଳରେ କମାଣ୍ଡିଂ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

ସେହିପରି ଭାରତର ପାଲଟା ଆକ୍ରମଣରେ ଚାଇନାର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭାରତୀୟ ଯବାନଙ୍କ ଆକ୍ରମଣରେ ୩ରୁ ୪ ଜଣ ଯବାନ ମଧ୍ୟ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ହେଲେ ବେଜିଂ ତରଫରୁ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦିଆଯାଇନାହିଁ। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକରେ ସିଡିଏସ ଜେନେରାଲ ବିପିନ ରାୱତ ଓ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଏବଂ ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ରହିଛନ୍ତି।

ସେନା ପକ୍ଷରୁ କୁହାଯାଇଛି ଯେ ଗଲୱାନ ଭ୍ୟାଲିରେ ଉତ୍ତେଜନା ହ୍ରାସ ପାଇଁ ପ୍ରକ୍ରିୟା ଗତକାଲି ରାତିରେ ଚାଲିଥିଲା। ଦିନରୁ ଦିନକୁ ସୀମାରେ ଉତ୍ତେଜନା ବଢ଼ୁଥିବାରୁ ଚାଇନା ଓ ଭାରତ ମଧ୍ୟରେ ଶୀର୍ଷ ସ୍ତରୀୟ ଆଲୋଚନା ମଧ୍ୟ ଚାଲିଛି। ଏପରି ସ୍ଥିତିରେ ସୀମାରୁ ଚାଇନା ସେନା ପଛକୁ ଘୁଞ୍ଚିବାକୁ ନାରାଜ ହୋଇଥିଲେ। ଭାରତ ଏହାର ବାଧା ଦେବାରୁ ଚାଇନା ପକ୍ଷରୁ ଆକ୍ରମଣ କରାଯାଇଥିଲା।

ଅବଶ୍ୟ କୌଣସି ଗୁଳି ଏଯାଏ ସୀମାନ୍ତରେ ଫୁଟିନାହିଁ। କିନ୍ତୁ ଦୁଇ ଦେଶର ସେନା ପରସ୍ପର ମଧ୍ୟରେ ହାତାହାତି ହୋଇଥିଲେ। ସେହିପରି ପଥରମାଡ଼ ମଧ୍ୟ ହୋଇଛି। ଏଥିରେ ହିଁ ଉଭୟ ପକ୍ଷର କ୍ଷୟକ୍ଷତି ହୋଇଛି।

ମେ’ ମାସ ଆରମ୍ଭରୁ ବିସ୍ତାରବାଦୀ ନୀତି ଆପଣାଇଥିବା ଚାଇନା ଲଦାଖ ସୀମାନ୍ତ ଗଲୱାନ ଉପତ୍ୟକା ଓ ପଙ୍ଗୋଙ୍ଗରେ ଅଧିକ ସେନା ମୁତୟନ ଆରମ୍ଭ କରିଥିଲା। ଏପରି କି ସୀମାରେ ଯୁଦ୍ଧ ବିମାନ ମଧ୍ୟ ଉଡ଼ାଇଥିଲା। ଭାରତ ବି ଏହାର ମୁକାବିଲା ପାଇଁ ଅଧିକ ସୈନ୍ୟ ସୀମାକୁ ପଠାଇ ଥିଲା। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଦୁଇ ଦେଶ ଏହାର ସମାଧାନ ପାଇଁ ଆଲୋଚନା ଆରମ୍ଭ କରିଥିଲେ।

ଏକାଧିକ ଥର ବୈଠକ ପରେ ବିଭିନ୍ନ ସୀମାନ୍ତ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିଥିଲେ। ହେଲେ ଗଲୱାନ ସୀମାରେ ପୂର୍ବଭଳି ଉତ୍ତେଜନା ଲାଗି ରହିଥିଲା। ଏହାର ସମାଧାନ ପାଇଁ ଗତକାଲି ରାତିରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ହୋଇଥିଲା। କିନ୍ତୁ ଏହି ଉତ୍ତେଜନା ହ୍ରାସ ପ୍ରକ୍ରିୟା ସମୟରେ ହିଁ ଚାଇନା ତା’ର ଉଗ୍ର ରୂପ ଦେଖାଇଛି।

ମେ’ ମାସ ପ୍ରାରମ୍ଭରେ ଚାଇନା ସୈନିକମାନେ ଏଲ୍‌ଏସି ପାର ହୋଇ ପଗୋଂଗ ହ୍ରଦ ଓ ଗଲୱାନ ଘାଟି ପର୍ଯ୍ୟନ୍ତ ପଳାଇ ଆସିଥିଲେ। ଚାଇନ ପକ୍ଷରୁ ଏଲ୍‌ଏସି ପାଖରେ ପାଖାପାଖି ୫ ହଜାର ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ମଧ୍ୟ ଠୁଳ କରାଯାଇଥିଲା।



from Odisha Reporter https://ift.tt/3ftXjSo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages