୨୬/୧୧ ଆକ୍ରମଣର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଆମେରିକାରେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

୨୬/୧୧ ଆକ୍ରମଣର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଆମେରିକାରେ ଗିରଫ

ୱାଶିଂଟନ: ବିଶ୍ୱକୁ ଦୋହଲାଇ ଦେଇଥିବା ମୁମ୍ବାଇ ୨୬/୧୧ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ପାକିସ୍ତାନ ବଂଶୋଦ୍ଭବ କାନାଡା ବ୍ୟବସାୟୀ ଥାଉୱର ରାଣା ଶେଷରେ ଆମେରିକାରେ ଗିରଫ ହୋଇଛି। ତାଙ୍କୁ ଆମେରିକା ପୁଲିସ୍‌ ଲସ୍‌ ଆଞ୍ଜେଲ୍ସରୁ ଗିରଫ କରିବାରେ ସକ୍ଷମ ହେବା ପରେ ଭାରତ ପ୍ରତ୍ୟର୍ପଣ ପାଇଁ ଆବେଦନ କରିଛି।

୨୦୦୮ ମୁମ୍ବାଇ ଆକ୍ରମଣରେ ସେ ସାମିଲ ଥିବା ଭାରତ କହିଛି। ଏହି ଆକ୍ରମଣରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ ଓ ପ୍ରାୟ ୪୦୦ ଜଣ ଆହତ ହୋଇଥିଲେ।

ରାଣାକୁ ପୁଲିସ୍‌ ଜୁନ୍‌ ୧୦ରେ ଗିରଫ କରିଥିଲା। ତେବେ ସେ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା କୋର୍ଟଙ୍କୁ ଅବଗତ କରିବା ପରେ ତାକୁ ଜାମିନ ମିଳିଛି। ଭାରତ ପକ୍ଷରୁ ତା’କୁ ପଳାତକ ଘୋଷିତ କରାଯାଇଛି।

ଆମେରିକାର ଆସିସଷ୍ଟାଣ୍ଟ ଆଟର୍ଣ୍ଣି ଜନ୍‌ ଜେ ଲୁଲେଜିଆନ ଶୁଣାଣି ବେଳେ କୋର୍ଟଙ୍କୁ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ୧୯୯୭ରେ ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ରାଣାକୁ ଗିରଫ ଓ ପ୍ରତ୍ୟର୍ପଣ ପାଇଁ ନିବେଦନ କରିଛନ୍ତି।

ଭାରତରେ ରାଣା ଏକାଧିକ ଅପରାଧିକ କାର୍ଯ୍ୟକଳାପରେ ସାମିଲ ରହିଥିଲା ଓ ଏପରି କି ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଥିବା ଭାରତ ସରକାର କହିଛନ୍ତି। ଏବେ କୋର୍ଟ ଜୁନ୍‌ ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଏହାପୂର୍ବରୁ ଅର୍ଥାତ ଜୁନ୍‌ ୨୨ ସୁଦ୍ଧା କୋର୍ଟ ଆଟର୍ଣ୍ଣିଙ୍କୁ ଆବେଦନ ଦାଖଲ କରିବାକୁ କହିଛନ୍ତି। ସେହିପରି ଜୁନ୍‌ ୨୬ ସୁଦ୍ଧା ଆମେରିକା ସରକାର ନିଜର ଜବାବ ଉପସ୍ଥାପନ କରିବେ।

୨୦୧୮ ଅଗଷ୍ଟ ମାସରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ସ୍ୱତନ୍ତ୍ର କୋର୍ଟ ରାଣା ନାଁରେ ଗିରଫ ପରୱାନା ଜାରି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତଥା ଦ୍ୱିପାକ୍ଷିକ ଚୁକ୍ତି ଭିତ୍ତିରେ ଆମେରିକା ପୁଲିସ ରାଣାକୁ ଗିରଫ କରିଥିଲା।

୨୦୦୬ରୁ ୨୦୦୮ ମଧ୍ୟରେ ରାଣା ତା’ର ପିଲା ଦିନର ବନ୍ଧୁ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଡାଭିଡ ହେଡଲୀ ଓ ପାକିସ୍ତାନ ସହାୟତାରେ ଲସ୍କର, ହରକତ ଉଲ ଜିହାଦ-ଇ-ଇସଲାମ ଓ ଅନ୍ୟମାନଙ୍କ ସହ ମିଶି ମୁମ୍ବାଇ ଆକ୍ରମଣର ମସୁଧା କରିଥିଲା। ଲସ୍କର ଓ ହରକତକୁ ଆମେରିକା ପକ୍ଷରୁ ଆତଙ୍କୀ ସଂଗଠନ ଘୋଷଣା କରାଯାଇଛି।



from Odisha Reporter https://ift.tt/3egQMKQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages