ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ କରୋନାରେ ୨୦୦୩ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧,୯୦୩କୁ ବୃଦ୍ଧି ପାଇଛି।
ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୦,୯୭୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୪,୦୬୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧,୫୫,୨୨୭ ଜଣ ଚିକିତ୍ସାଧୀନ ଥିବା ବେଳେ ୧,୮୬,୯୩୫ ସୁସ୍ଥ ହୋଇସାରିଛନ୍ତି ବା ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇସାରିଛନ୍ତି।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୪୪୫ରେ ପହଞ୍ଚିଥିବା ବେଳେ ୫୫୩୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଗୁଜରାଟରେ ୧୫୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୧୮୩୭, ପଶ୍ଚିମବଙ୍ଗରେ ୪୯୫, ମଧ୍ୟପ୍ରଦେଶରେ ୪୭୬, ଉତ୍ତରପ୍ରଦେଶରେ ୪୧୭ ଓ ରାଜସ୍ଥାନରେ ୩୦୮ ଜଣଙ୍କ ମୃତ୍ୟୁ ଘଟିଛି।
from Odisha Reporter https://ift.tt/2N5Rm1S
No comments:
Post a Comment