ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ଆଜି ପରଲୋକ ହୋଇଯାଇଛି। ମଦନମୋହନଙ୍କ ପରଲୋକ ନେଇ ତାଙ୍କ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି।
ମୃତ୍ୟୁ ବେଳକୁ ମଦନମୋହନଙ୍କୁ ୬୩ ବର୍ଷ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସେ ଯକୃତଜନିତ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ମଦନମୋହନ ଦତ୍ତ ୨୦୧୯ ସାଧାରଣ ନିର୍ବାଚନ ଜିତି ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୭୪,୮୧୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ନେତା ଜୀବନ ପ୍ରଦୀପ ଦାଶ ୬୧,୪୦୯ ଖଣ୍ଡ ଭୋଟ୍ ପାଇଥିଲେ।
ମଦନମୋହନଙ୍କ ପରଲୋକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ‘ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶ୍ରୀଯୁକ୍ତ ଦତ୍ତ ମୋର ଭାଇ ଭଳି ଥିଲେ । ଅତ୍ୟନ୍ତ ଖୋଲା, ଆମାୟିକ ତଥା ଲୋକଙ୍କ ପାଇଁ ସମର୍ପିତ ଥିଲେ।’
ଏହା ସହିତ ସେ ମଦନମୋହନଙ୍କ ପୁଅ ସହିତ କଥା ହୋଇଥିବା ଆଉ ଏକ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
ମଙ୍ଗୁ ଭାଇଙ୍କ ପୁଅ ମାନସ କୁମାର ଦତ୍ତଙ୍କ ସହ କଥା ହେଲି । ଏପରି ଦାରୁଣ ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ । ଅମର ଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) June 17, 2020
from Odisha Reporter https://ift.tt/2N4hvOz
No comments:
Post a Comment