ଆଉ ଏକ କମ୍ପାନୀ କରୋନା ଔଷଧ ତିଆରି କରିବ, ଡିସିଜିଆଇ ଦେଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ଆଉ ଏକ କମ୍ପାନୀ କରୋନା ଔଷଧ ତିଆରି କରିବ, ଡିସିଜିଆଇ ଦେଲା ଅନୁମତି

ନୂଆଦିଲ୍ଲୀ: ଦେଶରେ ଆଉ ଏକ ଔଷଧ କମ୍ପାନୀ କରୋନା ଭାଇରସର ଔଷଧ ତିଆରି କରିବ। ହେଟେରୋ ନାମକ କମ୍ପାନୀ ଏହି ସୂଚନା ଦେଇଛି। ଏଥିପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ରୁ ରେମଡେସିଭିର ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଅନୁମତି ପାଇଥିବା କମ୍ପାନୀ ସୂଚନା ଦେଇଛି। ହେଟେରୋ ଦ୍ୱାରା ତିଆରି ହେବାକୁ ଥିବା ଏହି ଔଷଧର ଜେନେରିକ୍ ସଂସ୍କରଣ ଭାରତରେ COVIFOR ବ୍ରାଣ୍ଡ ନାମରେ ବିକ୍ରି ହେବ।

ହେଟେରୋ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଡକ୍ଟର ପାର୍ଥ ସାରଥୀ ରେଡ୍ଡୀ କହିଛନ୍ତି, ଭାରତରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି COVIFOR (କୋଭିଫୋର) ଔଷଧ ଆଗାମୀ ଦିନରେ ସକରାତ୍ମକ ସାବ୍ୟସ୍ତ ହୋଇପାରିବ। ଆକ୍ରାନ୍ତଙ୍କ ପାଖରେ କିଭଳି ଏହି ଔଷଧ ଖୁବଶୀଘ୍ର ପହଞ୍ଚିବ ସେ ନେଇ ଚେଷ୍ଟା ଚାଲିଛି। ଏବେର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ପର୍ଯ୍ୟାପ୍ତ ଔଷଧ ମହଜୁତ ରଖିବାକୁ ପ୍ରଥମେ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ କୋଭିଡ -୧୯ ବିରୋଧୀ ଲଢ଼େଇରେ ଆମେ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି କାମ କରୁଛୁ। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଏହି ଔଷଧ ତିଆରି ହେବ। ଯେଉଁ ଛୋଟ ଛୁଆ ଏବଂ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବ ସେମାନଙ୍କ ପାଇଁ ଏହି ଔଷଧ ତିଆରି କରିବାକୁ ଡିଜିସିଆଇ ଅନୁମତି ଦେଇଛି। କୋଭିଫୋର ଔଷଧ ଏକ ୧୦୦ ଏମଏଲ କାଚ ମଧ୍ୟରେ ଉପଲବ୍ଧ ହେବ। କାଚ ଭିତରେ ଥିବା ଔଷଧକୁ ଇଞ୍ଜେକସନ ଜରିଆରେ ଆକ୍ରାନ୍ତଙ୍କ ଶରୀରରେ ଦିଆଯିବ।

ସୂଚନାଯୋଗ୍ୟ, ହେଟେରୋ କମ୍ପାନୀ ପୂର୍ବରୁ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ଔଷଧ ତିଆରି କରିଛି। ଶନିବାର ଏ ବାବଦରେ କମ୍ପାନୀ ସୂଚନା ଦେଇଛି। ଯେଉଁମାନେ କରୋନାରେ ସାଧାରଣ ଭାବରେ ଆକ୍ରାନ୍ତ ଥିବେ ସେମାନେ ଏହି ଔଷଧକୁ ବ୍ୟବହାର କରିବେ। ଏହି ଔଷଧର ନାମ ଫାବି ଫ୍ଲୁ ରହିଛି। ମୁମ୍ୱାଇରେ ଏହି ଫାର୍ମାସ୍ୟୁଟିକାଲ କମ୍ପାନୀ ରହିଛି। ଗୋଟିଏ ବଟିକାର ଦାମ ୧୦୩ ଟଙ୍କା ରହିଛି।

ରେମଡେସିଭି କ’ଣ?

୨୦୧୪ ରେ ଆମେରିକୀୟ ବାୟୋଟେକ୍ କମ୍ପାନୀ ଗିଲିଆଡ୍ ସାଇନ୍ସ ଆଣ୍ଟିଭାଇରାଲ୍ ରିମୋଡେଭିର ଔଷଧ ତିଆରି କରିଥିଲା। ଏହି ଔଷଧର ଅଧିକାଂଶ ଇବୋଲା ରୋଗ ପାଇଁ ବ୍ୟବହୃତ ହେଉଥିଲା। ମିଡିଲ୍ ଇଷ୍ଟ ଶ୍ୱାସକ୍ରିୟା ସିଣ୍ଡ୍ରୋମ ଏବଂ ଗୁରୁତର ଭାବରେ ଶ୍ୱାସକ୍ରୀୟ ସିଣ୍ଡ୍ରୋମ (SARS) ପାଇଁ ଏହି ଔଷଧ ଲାଭଦାୟକ ହେବ ବୋଲି କମ୍ପାନୀ ଦାବି କରିଛି। ଏହି ଉଭୟ ରୋଗର କିଛି ସାମଞ୍ଜସ୍ୟ କରୋନା ଭୂତାଣୁ ସହିତ ରହିଛି। ଏହି କାରଣରୁ କରୋନା ଆକ୍ରାନ୍ତଙ୍କ ଉପରେ ରେମଡେସିଭିର ବ୍ୟବହାର କରାଯାଉଛି।



from Odisha Reporter https://ift.tt/2AZJ3lL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages